ହାତୀ, ବାର୍ହାପଲ୍ଲଙ୍କ ଉପଦ୍ରବରୁ ଧାନ ପସଲକୁ ସୁରକ୍ଷା ନିମନ୍ତେ ଦାଣ୍ଡିମାଳ ଚାଷୀମାନଙ୍କର ଜିଲ୍ଲାପାଳଙ୍କୁ ଅଭିଯୋଗ
ଢେଙ୍କାନାଳ, ୫/୧୧: ଓଡାପଡା ବ୍ଲକ୍ ଅନ୍ତର୍ଗତ ଦାଣ୍ଡିମାଳ ଅଂଚଳରେ ଧାନବିଲ ନଷ୍ଟ କରୁଥିବା ହାତୀ, ବାହାମାନଙ୍କର ଉପଦ୍ରବରୁ ରକ୍ଷା ପାଇବା ପାଇଁ ଅଂଚଳ ଚାଷୀମାନେ ଜିଲ୍ଲାପାଳ ଆଶିଷ୍ ଈଶ୍ବର ପାଟିଲଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ଅଂଚଳର ଗଦାଶିଳା, ସିମିନଈ, ଗୁଣ୍ଡିଚାପଡା, ଇନ୍ଦିପୁର, କାଣ୍ଡବିନ୍ଧା, ବଳରାମପୁର ଓ କାଶିଆଡିହି ପଂଚାୟତରେ ଥୁବା ଧାନ ଫସଲକୁ ହାତୀ ଓ ବାହା ମାନେ ଖାଇ ନଷ୍ଟ କରୁଛନ୍ତି । ପ୍ରାୟ ୭ଗୋଟି ପଂଚାୟତର ୫୦୦୦ ରୁ ୬୦୦୦ ଏକର ଚାଷ ଜମି ଉପରେ ପରିବାର ପ୍ରତିପୋଷଣ ପାଇଁ ନିର୍ଭ କରିଥାନ୍ତି । ପ୍ରତ୍ୟେକ ଦିନ ୪୦ ରୁ ୫୦ ଘର ହାତୀ ଏବଂ ଶହଶହ ସଂଖ୍ୟାରେ ବାର୍ହାପଲ୍ଲ ଆସି ହେକ୍ଟ ହେକ୍ଟର ଧାନଚାଷକୁ ନଷ୍ଟ କରିଯାଉଛନ୍ତି । ବନବିଭାଗ କେବଳ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ରାତ୍ର ଜଗୁଆଳି ପରି ଏହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁ ନାହିଁ । ଫସଲ ସୁରକ୍ଷା ପାଇଁ ସୋଲାର୍ ବାଡ ଦିଆଯାଇଥିଲେ ମଧ୍ୟ ଏହାକୁ ଭାଙ୍ଗି ଦେଇ ଫସଲ ନଷ୍ଟ କରୁଛନ୍ତି । ତେଣୁ ଏହାର ସଠିକ୍ ତଦନ୍ତ ପୂର୍ବକ ଜଙ୍ଗଲି ହାତୀ ଓ ବାହା ଦାଉରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ ଓ ନଷ୍ଟ ହୋଇଥିବା ଫସଲର ଉପଯୁକ୍ତ କ୍ଷତି ପୂରଣ ପାଇଁ ସହାୟତା ପ୍ରଦାନ ଦାବୀରେ ୭ଗୋଟି ଫଚାୟତର ଚାଷୀମାନେ ଓ ଚାଷୀନେତା ପ୍ରହଲ୍ଲାଦ ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଚାଷୀ ସୁରେନ୍ଦ୍ର ନାଥ ଜେନା, ବାସୁଦେବ ପ୍ରଧାନ, ଚନ୍ଦ୍ରଶେଖର ସାହୁ, ରାଜା କିଶୋର ରାଉଲ, କୁଳମଣି ସାହୁ, ଅମ୍ବୁଜ କୁମାର ସାହୁ, ଜଗନ୍ନାଥ ସାହୁ, ବଳରାମ ସାହୁ, ପତିତ ରାଉଳଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
