Spread the love

ବଲାଙ୍ଗୀର ଆଇଟିଆଇ ପ୍ରିନ୍ସିପାଲଙ୍କ ଘରୁ ମିଳିଲା ଆଉ ୫.୧୬ ଲକ୍ଷ ଟଙ୍କା

ରାଉରକେଲାସ୍ଥିତ ଫ୍ଲାଟ୍‌ରେ ଭିଜିଲାନ୍ସ ଚଢ଼ାଉ, ନଗଦ ଟଙ୍କା ଜବତ

ବଲାଙ୍ଗୀର: ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବଲାଙ୍ଗୀର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ଆଉ ୫.୧୬ ଲକ୍ଷ ଟଙ୍କା ନଗଦ ମିଳିଛି।

ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରାଉରକେଲାସ୍ଥିତ ତାଙ୍କ ଆବାସିକ ଫ୍ଲାଟ୍‌ରେ ଚାଲିଥିବା ତଲାସି ସମୟରେ ଏହି ନଗଦ ଟଙ୍କା ଠାବ କରାଯାଇ ଜବତ କରାଯାଇଛି। ଏହା ସହିତ ତାଙ୍କ ନିକଟରୁ ମିଳିଥିବା ନଗଦ ଟଙ୍କାର ପରିମାଣ ଆହୁରି ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗେଷ୍ଟ ଇନଷ୍ଟ୍ରକ୍ଟରମାନଙ୍କ ଚାକିରି ଅବଧି ଜାରି ରଖିବା ଏବଂ ନିୟମିତ ଦରମା ଉଠାଣରେ ସହଯୋଗ କରିବା ପାଇଁ ସେମାନଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁରେଶ କୁମାର ଦଳବେହେରାଙ୍କୁ ଭିଜିଲାନ୍ସ ଧରିଥିଲା।

ବର୍ତ୍ତମାନ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ତଲାସି ଅଭିଯାନ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *