ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପରିଦର୍ଶନ କଲେ ମାନ୍ୟବର ଢେଙ୍କାନାଳ ସାଂସଦ

ଅନୁଗୋଳ, ୦୭.୧୧ : ମାନ୍ୟବର ଢେଙ୍କାନାଳ ସାଂସଦ ଆଜି ଅନୁଗୋଳ ଗସ୍ତରେ ଆସି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଏବଂ ମଡେଲ କ୍ୟାରିୟର ସେଣ୍ଟର ପରିଦର୍ଶନ କରିଛନ୍ତି।
ଏହି ପରିଦର୍ଶନ କାଳରେ ଦକ୍ଷତା ବିକାଶ ଅଭିଯାନ, ପ୍ଲେସମେଣ୍ଟ ଲିଙ୍କଡ ଟ୍ରେନିଂ ପ୍ରୋଗ୍ରାମ (ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ) ଏବଂ ନାନୋ-ୟୁନିକର୍ଣ୍ଣ ଯୋଜନାର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଏହାସହ ସେ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ଆଲୋଚନା କରି ଯୁବପିଢ଼ିଙ୍କୁ ଅଧିକରୁ ଅଧିକ କୌଶଳଯୁକ୍ତ କରିବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।


