କଟକ ରାଜେନ୍ଦ୍ର ନଗରରେ ବାଣ ନିଆଁ ଲାଗି ଜଳିଗଲା କ୍ୟାବିନ: ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ
କଟକ: କଟକ ସହରର ରାଜେନ୍ଦ୍ର ନଗର ଅଞ୍ଚଳରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଯାଇଛି। ବାଣ ନିଆଁ ସଂସ୍ପର୍ଶରେ ଆସି ଏକ କାଠ କ୍ୟାବିନ ଜଳିଯାଇଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରାଜେନ୍ଦ୍ର ନଗର ନିକଟରେ ବାଣ ଫୁଟିବା ବେଳେ ଅସାବଧାନତାବଶତଃ ତାହାର ନିଆଁ ଝୁଲ କ୍ୟାବିନ ଉପରେ ପଡ଼ିଥିଲା। ଦେଖୁଦେଖୁ ନିଆଁଟି ଭୟଙ୍କର ରୂପ ଧାରଣ କରି ସମଗ୍ର କ୍ୟାବିନକୁ ନିଜ କବଳକୁ ନେଇଥିଲା।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କ୍ୟାବିନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି।
