Spread the love

ଯାଉଁଳିପୋଖରୀ ମଠରେ ଗିରିଗୋବଦ୍ଧନ ପୂଜା ପାଳିତ

ଢେଙ୍କାନାଳ, ୧୦/୧୧: ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କର ଗିରିଗୋବର୍ଦ୍ଧନ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମହାଆଡମ୍ବର ସହିତ ପାଳିତ ହୋଇଯାଇଅଛି । ମଧ୍ୟାହ୍ନରେ କୂଞ୍ଜରେ ଡାଳଛାମୁଣ୍ଡିଆ କରାଯାଇ ଠାକୁରଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଇଥିଲା । ଠାକୁରଙ୍କ ପାଖରେ ବିଭିନ୍ନ ପ୍ରକାର ଫଳ, ପିଠା, କ୍ଷୀରି ଇତ୍ୟାଦି ଛପନ ଭୋଗ ଲାଗି କରାଯାଇଥିଲା । ପୂଜକ ଜଗନ୍ନାଥ ତ୍ରିପାଠୀ ପୂଜାକୁ ସମ୍ପାଦନ କରିଥିଲେ । ମଠ ମହନ୍ତ ଶ୍ରୀ ପ୍ରଭୁପାଦ ଦାସଙ୍କ ତତ୍ତ୍ୱାବଧାନରେ ସମସ୍ତ ପୂଜା ଅନୁଷ୍ଠିତ ହୋଇଥିଲା । କମିଟିର ସଞ୍ଜୟ କୁମାର ଭଞ୍ଜ, ଶିବ ପ୍ରସାଦ ଦାସ, ଚିନ୍ମୟାନନ୍ଦ ନାଥ ଓ କମିଟିର ସମସ୍ତ କର୍ମକର୍ତାଙ୍କ ସହଯୋଗରେ ଗିରିଗୋବର୍ଦ୍ଧନ ପୂଜା ସୂଚାରୁ ରୂପେ ପାଳିତ ହୋଇଥିଲା । ପୂଜାରେ ସହରର ବହୁ ଭକ୍ତ ଯୋଗଦେଇ ଠାକୁରଙ୍କ କୃପା ଲାଭ କରିବା ସହିତ ମଧ୍ୟାହ୍ନରେ ପ୍ରସାଦସେବନ କରିଥିଲେ ।

Leave a Reply

Your email address will not be published. Required fields are marked *