*ସମଲ ବ୍ୟାରେଜ* *କ୍ଷତିଗ୍ରସ୍ତ ପ୍ରଜାଙ୍କ* *ଧନ୍ୟବାଦ ସଭା,*
ଆବାହକ ନିଖିଲ କୁମାର ସାହୁଙ୍କ ନେତୃତ୍ୱରେ ତାଳପଦା ଶିବ ମନ୍ଦିର ପ୍ରାଙ୍ଗଣରେ ସମଲ ବ୍ୟାରେଜ ଶତାଧିକ କ୍ଷତିଗ୍ରସ୍ତଙ୍କ ଧନ୍ୟବାଦ ସଭା ଆଜି ଅନୁଷ୍ଠିତ ହୋଇଯାଇଛି l ସୂଚନା ମୁତାବକ, ଆଜି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ବ୍ୟାରେଜ ଦ୍ବାରା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ୧,୦୭୭ ପରିବାରଙ୍କ ପୁନର୍ବାସ ଓ ଥଇଥାନ ପାଇଁ ଦୀର୍ଘ ବର୍ଷ ଧରି ଚାଲିଥିବା ସଂଗ୍ରାମ ପରିଶେଷରେ ସଫଳ ହୋଇଛି। ବୁଡ଼ି ଅଞ୍ଚଳର ଲୋକଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅନୁଗୋଳ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ସମଲ ବ୍ୟାରେଜ ଦ୍ବାରା ପ୍ରଭାବିତ ୧୦୭୭ ପରବାରଙ୍କ ନିମନ୍ତେ ୭୯ କୋଟି ୭୬ ଲକ୍ଷ ୩୪୨୩ ଟଙ୍କା ପୁନର୍ବାସ ଓ ଥଇଥାନ ସହାୟତା ରାଶି ମଞ୍ଜୁର କରାଯାଇଛି। ଏହି ଅର୍ଥ ମଞ୍ଜୁର ପଛରେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଶୋକ ମହାନ୍ତିଙ୍କ ଉଦ୍ୟମ ରହିଥିଲା। ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓ ସମଲ ବ୍ୟାରେଜ ଦ୍ବାରା ବ୍ଲକର ନାଲମ, ତାଳପଦା, ଦୁର୍ଗାପୁର, ଗହମ, କୁସୁମପାଳ, ସିପୁର ଆଦି ଗାଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପରିବାରର ସମସ୍ୟା ସଂକ୍ରାନ୍ତରେ ବିଧାୟକ ଶ୍ରୀ ମହାନ୍ତି ବିଧାନସଭାରେ ବାରମ୍ବାର ଉପସ୍ଥାପନା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ । ମୁଖ୍ୟମନ୍ତ୍ରୀ ବୁଡ଼ି ଅଞ୍ଚଳ ଲୋକଙ୍କ ସମସ୍ୟାକୁ ସମାଧାନ ପାଇଁ ବିଧାୟକଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ନିରନ୍ତର ପ୍ରିୟାସର ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବୃହତ ଅର୍ଥରାଶି ମଞ୍ଜୁର ହୋଇଥିବା ଜଣାପଡ଼ିଛି। ଏହା ଦ୍ବାରା ବିସ୍ଥାପିତ ପରିବାରଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି ବୋଲି ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି। ଜଳସମ୍ପଦ ବିଭାଗର ପତ୍ରସଂଖ୍ୟା ୩୨୫୦୬/ ୩୧ ଅକ୍ଟୋବର ୨୦୨୬ ଅନୁଯାୟୀ, ନାଲମ ଗାଁର ୨୮୧ ଜଣ, ତାଳପଦାର ୨୮୦ ଜଣ, ଦୁର୍ଗାପୁରର ୧୯୬, ଗହମର ୧୩୭, କୁସୁମପାଳର ୧୧୧ ଏବଂ ସିପୁରର ୭୨ ଜଣ ହିତାଧିକାରୀ ଏହି ସହାୟତା ପାଇବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହିତାଧିକାରୀଙ୍କ ଦାବି ଓ କାଗଜପତ୍ରର ଦୀର୍ଘ ବର୍ଷର ସଂଗ୍ରାମ ପରେ ମିଳିଲା ନ୍ୟାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଧାୟକ, ଗାଁସ୍ତରରେ ହିତାଧିକାରୀ ତାଲିକା ପ୍ରକାଶ, ଆପତ୍ତା ଓ ଅଭିଯୋଗର ସମାଧାନ ପରେ ଯୋଗ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ନିର୍ଦେଶ ରହିଛି। ଏଥିପାଇଁ ବିଧାୟକ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି l ଏହି ଧନ୍ୟବାଦ ସଭା କାର୍ଯ୍ୟକ୍ରମରେ ତାଳପଦା ସରପଞ୍ଚ ରାଜେନ୍ଦ୍ର ବେହେରା, ଦଲକ ସରପଞ୍ଚ ସଂଗୀତା ଡାକୁଆ ଯୋଗ ଦେବାସହ କାର୍ଯ୍ୟକ୍ରମ ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରା ଯାଇଥିଲା l କଣିହାଁ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,
