Spread the love

ଚମ୍ପୁଆ ତହସିଲ୍ ଅନ୍ତର୍ଗତରେ ସକ୍ରିୟ ହୋଇଉଠିଲେଣି ବାଲି ମାଫିଆ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଚମ୍ପୁଆ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଉତ୍ସରୁ ପୁଣି ଆରମ୍ଭ ହୋଇଯାଇଛି ବାଲି ଚୋରା ଚାଲାଣ। ସରକାରୀ ନିୟମକୁ ଉଲ୍ଲଂଘନ କରି ବେଖାତିର୍ ଭାବେ ବିନା ଟ୍ରାନଜିଟ ପାସରେ ବାଲି ଚୋରା ଚାଲାଣ ଚାଲିଛି। ଦୈନିକ ବାଲି ଚୋରାଚାଲାଣ ପାଇଁ ସରକାର ଦୈନିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ଆଜି ଚମ୍ପୁଆ ତହସିଲଦାର ରିମୁଳି ଅରଡେଇ ନଦୀ ବାଲି ଘାଟରେ ଚଢ଼ାଉ କରିଥିଲେ।
ଚମ୍ପୁଆ ତହସିଲଦାରଙ୍କ ଚଢ଼ାଉ ସମୟରେ ପାଞ୍ଚଟି ଟ୍ରାକ୍ଟର ରେ ବାଲି ଚାଲାଣ ହେଉଥିବା ବେଳେ ପାଞ୍ଚଟି ଟ୍ରାକ୍ଟର କୁ ଜବତ କରାଯାଇଛି ।ଗତ ୧୫ ତାରିଖ ପରେ ପ୍ରତିବନ୍ଧ ଲାଗିଥିବା ବିଭିନ୍ନ ବାଲିଘାଟ ଗୁଡ଼ିକ ଖୋଲିଛି। ଏହା ପରଠାରୁ ନଦୀରୁ ବାଲି ପରିବହନ ଆରମ୍ଭ ହୋଇଛି। ଅନୁମୋଦିତ କେତେକ ଘାଟ ବ୍ୟତୀତ ବେଆଇନ ଘାଟରୁ ମଧ୍ୟ ବାଲି ଉଠାଯାଉଛି। ବିନା କାଗଜ ପତ୍ରରେ ବାଲି ଉଠାଇ ନେଇ ଯାଉଥିବା ସୂଚନା ପାଇ ଚମ୍ପୁଆ ତହସିଲଦାର ଏହି ଚଢ଼ାଉ କରିଥିଲେ। ଗାଡ଼ି ଗୁଡ଼ିକ ଜବତ କରାଯାଇ ଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *