Spread the love

ବନ୍ୟାବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଲେ ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି :

୪୦୦ରୁ ଊର୍ଦ୍ଧ ପରିବାରକୁ ରିଲିଫ୍ ବଣ୍ଟନ କରି ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ସଦସ୍ୟଙ୍କ ମାନବିକ ସେବା

ବ୍ରହ୍ମପୁର, ୧୨/୧୧ : ବିପଦରେ ବନ୍ଧୁ ହୋଇ ଛିଡ଼ା ହେବା ହିଁ ପ୍ରକୃତ ମାନବିକତାର ପରିଚୟ । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର ନବରତ୍ନପୁର ଗ୍ରାମରେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମାନବିକତାର ହାତ ବଢ଼ାଇଛି ବ୍ରହ୍ମପୁର ସହର ଅନ୍ତର୍ଗତ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି । କମିଟି ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ୪୦୦ରୁ ଊର୍ଦ୍ଧ ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇ ମାନବିକତା ଓ ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବନ୍ୟାରେ କ୍ଷୟକ୍ଷତି ଘଟିଥିବା ପରିବାରକୁ ଏଭଳି ସଙ୍କଟମୟ ପରିସ୍ଥିତିରେ ବନ୍ୟାପୀଡ଼ିତଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ବ୍ରହ୍ମପୁର ସହରର ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଚାଉଳ,ଜାଇ,ଚିନି,ଆଳୁ,ସୋୟାବିନ୍ ବଢ଼ି,ବିସ୍କୁଟ,ପାଉରୁଟି ଆଦି ଶୁଖିଲା ଖାଦ୍ୟ ଏବଂ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କ ପାଇଁ ବସ୍ତ୍ର ସହ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ମହତ କାର୍ଯ୍ୟରେ ବ୍ରହ୍ମପୁର ସହର ଅନ୍ତର୍ଗତ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟିର ସଭାପତି ଜଗଦୀଶ ପାଣିଗ୍ରାହୀ,ସମ୍ପାଦକ ସୁକାନ୍ତ କୁମାର ପଣ୍ଡା,କୋଷାଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା,ନରେନ୍ଦ୍ର ପାଣିଗ୍ରାହୀ,ଆଇନଜୀବି ଅଶ୍ୱିନୀ ପଟ୍ଟନାୟକ,ସୁଦର୍ଶନ ମହାକୁଡ଼,ରାମଚନ୍ଦ୍ର ସାହୁ (ବାପି),ପିଣ୍ଟୁ ମହାରଣା,ସୁଶାନ୍ତ ଚୈାଧୁରୀ,ଲିରୁ ସାହୁ,ସାଇ କୁମାର,କେଦାର ପାଣିଗ୍ରାହୀ,ଅନନ୍ତ ରାମ ପ୍ରଧାନ,ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ସୁନିଲ କୁମାର ସାହୁ ପ୍ରମୁଖ ସଦସ୍ୟ ଯୋଗଦେଇ ରିଲିଫ୍ ବଣ୍ଟନରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *