ଖଣି ବିଭାଗ ପକ୍ଷରୁ ଚଢଉ
ଚୋରା ଚାଲାଣ ହେଉଥିବା ଲୁହାପଥର ବୋଝେଇ ୪ଟ୍ରକ୍ ଜବତ।
କେନ୍ଦୁଝର ଜିଲ୍ଲାରେ ଖଣି ବିଭାଗ ପକ୍ଷରୁ ଚଢାଉ, ଚୋରା ଚାଲାଣ କରୁଥିବା ୪ଟି ଟ୍ରକ୍ କୁ ମାଡ଼ି ବସିଲା ଖଣି ବିଭାଗ।ଓଡିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦା ରାସ୍ତାରେ ଯୋଡା ଖଣିବିଭାଗ ର ଏକ ଟିମ୍ ଚଢାଉ କରି ଚୋରା ଚାଲାଣ ହେଉଥିବା ୪ ଟି ଟ୍ରକକୁ ଜବତ କରିଛି । । ୪ ଟି ଟ୍ରକରେ ପାଖାପାଖି ୧୦୦ ମେଟ୍ରିକ ଟନ୍ ରୁ ଉର୍ଦ୍ଧ ଲୁହାପଥର ବୋଝେଇ ଥିବା ବେଳେ ଜବତ ହୋଇଥିବା ଟ୍ରକ୍ ଗୁଡ଼ିକ ନିର୍ଦ୍ଧାରିତ ରାସ୍ତା ରେ ନାଯାଇ ଅନ୍ୟ ରାସ୍ତାରେ ଯାଉଥିବାବେଳେ ନାଳଦା ନିକଟରେ ମାଡିବସିଲା ଖଣି ଵିଭାଗ । ବିଳମ୍ବିତ ରାତ୍ରି ସମୟରେ ଦ୍ରୁତ ଗତିରେ ଟ୍ରକ୍ ଗୁଡ଼ିକ ଯାଉଥିବା ସମୟରେ ସନ୍ଦେହ କରି ଖଣି ବିଭାଗ ଟିମ କାଗଜପତ୍ର ଯାଞ୍ଚ କରିଥିଲା । ଖଣିରୁ ମିଳିଥିବା ଟ୍ରାନଜିଟ ପାସ ରହିଥିବା ବେଳେ ଅନୁମତି ଥିବା କାରଖାନାରେ ଖଲାସ୍ ନକରି ଅନ୍ୟତ୍ର ରାସ୍ତା ଦେଇ ଚେରା ଚାଲାଣ ହେଉଥିବା ଖଣି ବିଭାଗ ଜାଣିବାକୁ ପାଇଥିଲା । ଟ୍ରକ୍ ଗୁଡ଼ିକୁ ଯାବତ୍ କରି ଖଣି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
