Spread the love

### ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ ଘର, ମୋଟ ମଞ୍ଜୁରି ୫ ଲକ୍ଷ

**ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ତୁରନ୍ତ ଅତିରିକ୍ତ ଘର ମଞ୍ଜୁର କଲେ କେନ୍ଦ୍ର ସରକାର**

ଭୁବନେଶ୍ୱର: ଆବାସ ଯୋଜନାରେ ଓଡ଼ିଶାକୁ ମିଳିଛି ଆଉ ଏକ ଲକ୍ଷ ଘର। ପୂର୍ବରୁ ରାଜ୍ୟ ପାଇଁ ୪ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ଏବେ ଅତିରିକ୍ତ ଏକ ଲକ୍ଷ ଘରକୁ ଅନୁମୋଦନ ମିଳିଛି। ଫଳରେ ଓଡ଼ିଶା ପାଇଁ ମୋଟ ମଞ୍ଜୁର ଘର ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଏହି ସୂଚନା ଦେଇ କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାକୁ ୪ ଲକ୍ଷ ଘର ମଞ୍ଜୁର କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଆଉ ଏକ ଲକ୍ଷ ଘର ମଞ୍ଜୁର କରିବାକୁ ଅନୁରୋଧ କରିବା ପରେ କେନ୍ଦ୍ର ସରକାର ତତ୍କ୍ଷଣାତ୍ ଏହାକୁ ଅନୁମୋଦନ କରିଥିଲେ।

ଏହି ଅତିରିକ୍ତ ମଞ୍ଜୁରି ଫଳରେ ରାଜ୍ୟର ଅଧିକ ସଂଖ୍ୟକ ଗରିବ ଓ ଆବାସହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବାର ରାସ୍ତା ଖୋଲିଛି।

Leave a Reply

Your email address will not be published. Required fields are marked *