ପାଲଲହଡ଼ାରେ ୭୫୦ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ବଣ୍ଟନ
ଖମାରରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ, ଭତ୍ତା ବାଣ୍ଟିଲେ ବିଧାୟକ ଅଶୋକ କୁମାର ମହାନ୍ତି
ପାଲଲହଡ଼ା: ସାମାଜିକ ସୁରକ୍ଷା ଯୋଜନାରେ ଯୋଡ଼ି ହେଲେ ଆଉ ୭୫୦ ହିତାଧିକାରୀ। ପାଲଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାରସ୍ଥିତ ପୁରୁଣା ମେଡିକାଲ ପଡ଼ିଆରେ ମଧୁବାବୁ ପେନସନ୍ ଯୋଜନାର ଏକ ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇ ପାଲଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ୭୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ସରକାରଙ୍କ ସାମାଜିକ ସୁରକ୍ଷାମୂଳକ ପଦକ୍ଷେପ ଅନ୍ତର୍ଗତ ଏହି ଯୋଜନା ଜରିଆରେ ବୟସ୍କ, ଅସହାୟ ଓ ଯୋଗ୍ୟ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ହିତାଧିକାରୀମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣରେ କିଛିଟା ସହାୟତା ପାଇପାରୁଛନ୍ତି।
କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ଶ୍ରୀ ଲିଙ୍ଗରାଜ ଦାସ, ପାଲଲହଡ଼ା ଉପଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପଟେଲ ଏବଂ ବିଡିଓ ଶ୍ରୀ ନିଶାନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

