ସାମ୍ବାଦିକସଙ୍ଘ ଡିଜିଟାଲ ମିଡିଆୱିଙ୍ଗ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସକୁ ଏକ ନିଆରା ଢ଼ଙ୍ଗରେ ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଥିବା ସାମ୍ବାଦିକସଂଘ ଡିଜିଟାଲ ମିଡିଆ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ କୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଜାତୀୟ ସାମ୍ବାଦିକତା ଦିବସ ପରିପ୍ରେକ୍ଷୀରେ ବଡ଼ବିଲ ଠାରେ ଥିବା ଡିଜିଟାଲ ମିଡିଆ ୱିଙ୍ଗ ସାମ୍ବାଦିକସଙ୍ଘ ପକ୍ଷରୁ ଆଜିର ଏହି ପବିତ୍ର ଦିବସକୁ ପ୍ରଥମେ ବଡ଼ବିଲ ମାଟକାମ୍ବେଡା ସ୍ଥିତ ଚମ୍ପକେଶ୍ୱର ମନ୍ଦିରରେ ଦେବାଧିଦେବ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରି ମନ୍ଦିର ପ୍ରାଙ୍ଗଣରେ ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ ଓ ତତ୍ପରେ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସ୍ଥିତ ୱାର୍ଡ଼ନମ୍ବର ଚାରି ଉପ୍ରା ବିଦ୍ୟାଳୟ ରେ କୁନି କୁନି ପିଲାଙ୍କ ସାଥିରେ ମିଶି ଚାରା ରୋପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ବନାଞ୍ଚଳ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ରାଉତ୍ ଅତିଥି ଭାବରେ ଯୋଗଦେଇ ଥିଲେ ଓ ଚାରା ରୋପଣ ପରେ ସ୍କୁଲର କୁନି କୁନି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ଏବଂ ପରେ ୱାର୍ଡ ନମ୍ବର ଚାରି ସ୍ଥିତ ସହିଦ୍ ରତନପ୍ରଧାନ ସ୍କୁଲ ପରିସରରେ ଚାରା ରୋପଣ କରାଯାଇଥିଲା ଓ ସ୍କୁଲ ର ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା,ଯେଉଁଥିରେ ବଡ଼ବିଲ ଥାନାଅଧିକାରୀ ଅଶୋକ କୁମାର ନାୟକ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ସ୍କୁଲର ପିଲା ମାନଙ୍କୁ ବହୁ ମୂଲ୍ୟବାନ୍ ଉପଦେଶ ଦେଇଥିବା ଦେଖିବାକୁ ମିଳିଥିଲା ପରେ ସଙ୍ଘର ସଦସ୍ୟ ମାନେ ବଡ଼ବିଲ ମହାବିଦ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଚାରା ରୋପଣ କରିବା ସହ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଭଳି ନିଆରା ଢ଼ଙ୍ଗରେ ଜାତୀୟ ସାମ୍ବାଦିକତା ଦିବସ ପାଳନ କରିଥିବାରୁ ଆମନ୍ତ୍ରିତ ଅତିଥି ସ୍କୁଲ୍ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ଦିଗରୁ ସଙ୍ଘର ସଦସ୍ୟ ମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
