Spread the love

ଗୁଆ ପରିବାରକଳାହାଣ୍ଡି ର ‘ସମ୍ପର୍କ ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ l
​
ଜୁନାଗଡ଼.. (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ). ରକ୍ତର ସମ୍ପର୍କକୁ ଆହୁରି ନିବିଡ଼ କରିବା, ହୃଦୟରୁ ହୃଦୟକୁ ଯୋଡ଼ିବା ଏବଂ ଏକ ଆଦର୍ଶ ସମାଜ ଗଠନ କରିବାର ମହତ୍ ଉଦ୍ଦେଶ୍ୟ ନେଇ କଳାହାଣ୍ଡି ମାଟିରେ ଅନୁଷ୍ଠିତ ହୋଇଯାଇଛି ଏକ ଅପରୂପ ଓ ସ୍ମୃତିମଧୁର ସମାବେଶ ଗୁଆ ପରିବାର କଳାହାଣ୍ଡିର “ସମ୍ପର୍କ ସେତୁ” କାର୍ଯ୍ୟକ୍ରମ।
​କଳାହାଣ୍ଡିର ପ୍ରତି କୋଣ ଅନୁକୋଣରେ ବିସ୍ତୃତ ଗୁଆ ବଂଶୀୟ (ମଗଧା ଗଉଡ଼) ପରିବାରର ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ ଏବଂ ଅନ୍ତରଙ୍ଗ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିବା ପାଇଁ ଶ୍ରୀଯୁକ୍ତ ବୃଷଭ ଗୁଆ, ନାନ୍ଦୋଳଙ୍କ ବଳିଷ୍ଠ ଓ ପ୍ରେରଣାଦାୟକ ଆହ୍ୱାନକ୍ରମେ ଗତ ୧୫.୧୧.୨୦୨୬ ରିଖ ରବିବାର ଦିନ କର୍ଲାକୋଟ ସ୍ଥିତ ଆମ୍ବ ବଗିଚାରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଉଲ୍ଲାସ, ସ୍ନେହ ଏବଂ ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଯାଇଛି।
​ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର
​ଭବାନୀପାଟଣା,​ଜୁନାଗଡ଼,ଗୋଲାମୁଣ୍ଡା,​କୋକସରା,​ଜୟପଟଣା,​କଳମପୁର
​ଏହି ୬ଟି ବ୍ଲକର ପ୍ରାୟ ୩୩ଟି ଗ୍ରାମରୁ ଗୁଆ ପରିବାରର 74 ଜଣ ସଦସ୍ୟ ସ୍ୱତଃସ୍ଫୁର୍ତ୍ତ ଭାବେ ଯୋଗଦେଇଥିଲେ। ସମସ୍ତଙ୍କ ମିଳିତ ଉପସ୍ଥିତି ଏହି “ସମ୍ପର୍କ ସେତୁ” କାର୍ଯ୍ୟକ୍ରମକୁ ଅପୂର୍ବ ସଫଳତା ଓ ଗୌରବ ଆଣିଦେଇଥିଲା।
​
ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ଅନେକ ବିଚାରବିମର୍ଷ ଓ ଭବିଷ୍ୟତର ରୂପରେଖ ଉପରେ ଆଲୋଚନା କରାଯାଇଥିଲା *ପରିବାରର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଯାଦବ ଏକତା ଉପରେ ଗଭୀର ଆଲୋଚନା କରାଯାଇଥିଲା। *ଯାଦବ ସମାଜର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ଯାଦବ ଇତିହାସ, ସଂସ୍କୃତି ଏବଂ ଗୌରବମୟ ପରମ୍ପରାର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତେ ଏକସ୍ୱରରେ ସଂକଳ୍ପବଦ୍ଧ ହୋଇଥିଲେ। ବିଭିନ୍ନ ଗ୍ରାମରୁ ପ୍ରତିନିଧିତ୍ୱ କରିଥିବା ସଦସ୍ୟମାନଙ୍କ ପୁଙ୍ଖାନୁପୁଙ୍ଖ ମତାମତ ଏହି ସଭାକୁ ବେଶ୍ ପ୍ରାଣଜ୍ୱଳ କରିପାରିଥିଲା।
​ଏହି ସଫଳ ସମାବେଶରୁ ପ୍ରେରଣା ପାଇ ଆଗାମୀ ଦିନରେ ଗୁଆ ପରିବାର କଳାହାଣ୍ଡିର ସମସ୍ତ ସଦସ୍ୟଙ୍କୁ ନେଇ ଆହୁରି ଏକ ବୃହତ୍ ତଥା ଭବ୍ୟ ସ୍ତରରେ “ସମ୍ପର୍କ ସେତୁ” ମହାସମାବେଶ ଆୟୋଜନ କରିବା ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା

Leave a Reply

Your email address will not be published. Required fields are marked *

You missed