ପାଣି ସମସ୍ୟା ରୁ ରକ୍ଷା ପାଇବ ବୁଢାପଙ୍କ ଗ୍ରାମପଞ୍ଚାୟତ।
୩ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ଶିଳାନ୍ୟାସ ହେବା ଓ ୯ ମାସ ମଧ୍ୟରେ ପାଣି ପାଇବା ଜାଣି ଗ୍ରାମବାସୀଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ନିକଟ ଗଡ଼ ବୁଢାପଙ୍କ ଗ୍ରାମପଞ୍ଚାୟତ ରେ ଆଜି ଅନୁଗୋଳ ବିଧାୟକ ଙ୍କ ଦ୍ଵାରା ୩ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପାଣି ସମସ୍ୟା ସମାଧାନ ପାଇଁ ଶିଳାନ୍ୟାସ ହୋଇଯାଇଛି। ବୁଢାପଙ୍କ ଗ୍ରାମ ଯେପରି ପାଣି ସମସ୍ୟା ଏକ ଅଭିଶପ୍ତ ଗ୍ରାମ ପରି ଥିଲା। ଯେଉଁଠାରେ ଗ୍ରୀଷ୍ମଋତୁ ପର କଥା ଅନ୍ୟ ରୀତୁରେ ମଧ୍ୟ ପିଇବା ଜଳ ପାଇବା କଷ୍ଟ ସାଧ୍ୟ ରହୁଥିଲା। ପୂର୍ବ ସରକାର ଅମଳରେ ଚେଷ୍ଟା କରିଥିଲେ ମଧ୍ୟ ତାହା ପୂର୍ଣ୍ଣ କରିବାରେ ବିଫଳ ହୋଇଥିଲେ। ନିର୍ବାଚନ ସମୟରେ ବିଜେପି ପକ୍ଷରୁ ପାଣି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାରେ ନୂତନ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଆସିବା ପରେ ପାଣି ସମସ୍ୟା ସମାଧାନ ପାଇଁ ଆଜି ଶିଳାନ୍ୟାସ କରିଛନ୍ତି। ଆଜି ଶିଳାନ୍ୟାସ ହେବା ଜାଣି ଗ୍ରାମବାସୀ ବିଧାୟକଙ୍କୁ ଏକ ରାଲି କରି ପାଛୋଟି ନେଇ ସଭାସ୍ଥଳରେ ପହଁଞ୍ଚି ଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ବିଧାୟକ ସମେତ RSW ବିଭାଗର ଅଧିକାରୀ, ଟେଣ୍ଡର ପାଇଥିବା ଠିକା ସଂସ୍ଥା ଅଧିକାରୀ, ବିଜେପି କର୍ମୀ ଓ ଗୋକୁଳାନନ୍ଦ ଲେଙ୍କା, ବୁନା ଜେନା, ପ୍ରସନ୍ନ ମହାନ୍ତି, ସତ୍ୟବାଦୀ ପୃଷ୍ଟି, ପିଙ୍କି ପ୍ରଧାନ, ଶ୍ରୀରାମ ଭୁତିଆ, ସୁଶାନ୍ତ ବେହେରା, ସରତ ଭୁତିଆ, କୁମୁଦ ସାମଲ, ସୁଶାନ୍ତ ସାହୁ, କହ୍ନେଇ ସାମଲ, ମହାଦେବ ଗଡନାୟକ, ବିକ୍ରମ ନାଏକ, ବିକାଶ ସାମଲ ସମେତ ଗ୍ରାମର ବହୁ ମହିଳା ଓ ପୁରୁଷ ସଭା କାର୍ଯ୍ୟରେ ଯୋଗ ଦେଇଥିଲେ। ଅନୁଗୋଳ ରୁ ସୁଶୀଲ କୁମାର ଆଇଚ ଙ୍କ ରିପୋର୍ଟ୍

