Spread the love

ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଅନୁଗୋଳ:

ଅନୁଗୋଳ ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଅନୁଗୋଳ ସହର ନିକଟସ୍ଥ ପ୍ରଶାନ୍ତି ହୋଟେଲଠାରେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଯାଇଛି। ୟୁନିୟନର ସଭାପତି ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଯୁବ ବିଜେଡି ନେତା ଅରୁଣାଭ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୋଗଗୁରୁ ଅଭୟ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସାମାଜିକ କର୍ମୀ କଲ୍ୟାଣୀ କିଶୋର ମହାନ୍ତି, ବରିଷ୍ଠ ସାମ୍ବାଦିକ ଅନିଲ ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ଭୂପେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତି ଅଧିକ ଆକର୍ଷିଣ ହୋଇଥିଲା ।ଏହି ଅବସରରେ ସାମାଜିକ ଗଣମାଧ୍ୟମର ବର୍ଦ୍ଧିତ ପ୍ରଭାବ, ଏହାର ସକାରାତ୍ମକ ଓ ନକାରାତ୍ମକ ଦିଗ ତଥା ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ଅତିଥିମାନେ ନିଜ ନିଜର ମତ ରଖିଥିଲେ। ଗଣମାଧ୍ୟମ ସମାଜର ଦର୍ପଣ ହୋଇଥିବାରୁ ସାମ୍ବାଦିକମାନେ ସତ୍ୟ, ନିରପେକ୍ଷତା ଓ ନୈତିକତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
ଜିଲ୍ଲା ସଭାପତି ଅଜିତ କୁମାର ଧର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଥିବା ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଓ ଜଗନ୍ନାଥ ପ୍ରଧାନଙ୍କୁ ଏହି ଅବସରରେ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ ୟୁନିୟନର କାର୍ଯ୍ୟକାରୀ ସଭାପତି ସୁଧାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସଂଘର ସମ୍ପାଦକ ମାନସ ରଞ୍ଜନ ମହାନ୍ତିଙ୍କ ସମେତ ନିରଞ୍ଜନ ନାଏକ, ରାଜେଶ ପାତ୍ର, ନିପୁ ଭୁତିଆ, ଦିନେଶ ନାଏକ, ଗିରିଜା ନନ୍ଦନ ସାହୁ, ଅର୍ଜୁନ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *