Spread the love

ଶ୍ରୀ ଶ୍ରୀ ସୁବାସ ବାବା ମହାରାଜ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳିତ

ଭଟଲି :-ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ତାଲପାଲି ବିଦ୍ୟାଳୟ ପ୍ରାଙ୍ଗଣ ରେ ଅଁଳା ନବମୀ ଅବସର ରେ ୨ୟ ଥର ପାଇଁ ପାଳିତ ହେଲେ ଶ୍ରୀ ଶ୍ରୀ ସୁବାସ ବାବା ମହାରାଜ ଙ୍କ ଜନ୍ମ ବାର୍ଷିକ ଉତ୍ସବ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ହାସ୍ୟ କବି ଶ୍ରୀମନ ଅଭିମନ୍ୟୁ ପଧାନ ଯୋଗଦେଇଥିବା ବେଲେ ବାବା ଙ୍କ ଅନୁଗାମୀ ଶ୍ରୀ ଖୁସିରାମ ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦେଥିଲେ l ତାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁନ୍ଦରମଣି ଭୁଏ ସଭାପତି ଆସନରେ ଅଳଙ୍କୃତ ହୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଏବଂ ସହଯୋଗୀ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଭୁଏ ମଞ୍ଚ ପରିଚାଳନା କରିଥିଲେ l ଶ୍ରୀ ପଧାନ ଛାତ୍ରଛାତ୍ରୀ ଙ୍କ ଜୀବନରେ ପିତାମାତା ଙ୍କ ଭୂମିକା ବିଷୟ ରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ ଓ ଶ୍ରୀ ନାୟକ ବାବା ଙ୍କ ଜୀବନର କାହାଣୀ ବିଷୟ ରେ ସମସ୍ତ ଙ୍କୁ କହିଥଲେ l ବାବା ଙ୍କ ଲିଖିତ ତିନୋଟି ପୁସ୍ତକ “ବିଚିତ୍ର ବାଣୀ , ଭଜନ ସୁମନ ଓ ସଂସ୍କାର ” ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପରିଚୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଆତ୍ମ ଚେତନା ସଙ୍ଘ, ତାଲପାଲି ର ଦୀନବନ୍ଧୁ ସାହୁ, ଦିଲ୍ଲୀପ ପଧାନ, ଅର୍ଜୁନ ଦଶିଆ, ସୁଶୀଲ ସାହୁ ପ୍ରମୁଖ ଆୟୋଜନ କରିଥିଲେ l ଶିକ୍ଷକ ଗଣେଶ ରାମ ସାହୁ, ଅଜିତ କଲେତ, ଦେବାର୍ଚନ ବାରିକ, ସୁଶାନ୍ତ ପାଣିଗ୍ରାହୀ ଓ ରିତା ବିଶି ସହଯୋଗ କରିଥିବା ବେଲେ ରାମଚନ୍ଦ୍ର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *