Spread the love

ସାମୁଦ୍ରିକ ଝଡ଼ ‘AKVAN’ ମୁକାବିଲା ପାଇଁ ଆଉ ୧୪ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କଲା ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର, ନଭେମ୍ବର ୧୯:

ସାମୁଦ୍ରିକ ଝଡ଼ ‘AKVAN’ ଜନିତ ଜରୁରୀ ପରିସ୍ଥିତିର ମୁକାବିଲା ଏବଂ ରିଲିଫ୍‌, ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୪ ଜଣ ଅଧିକାରୀଙ୍କୁ ୧୪ଟି ଜିଲ୍ଲାରେ ନିୟୋଜିତ କରାଯାଇଛି।

ବିଭାଗ ପକ୍ଷରୁ ନଭେମ୍ବର ୧୯ ତାରିଖରେ ଜାରି ଆଦେଶ ଅନୁଯାୟୀ, ନିୟୋଜିତ ଅଧିକାରୀମାନେ ତୁରନ୍ତ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବେ। ଜିଲ୍ଲାପାଳମାନେ ସେମାନଙ୍କୁ ଆବଶ୍ୟକ ଦାୟିତ୍ୱ ପ୍ରଦାନ କରି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିବେ।

ଏହି ନିୟୋଜନରେ କଟକ, ଖୋର୍ଦ୍ଧା, କେନ୍ଦୁଝର, ଜଗତସିଂହପୁର, ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଗଜପତି, କନ୍ଧମାଳ ଓ ପୁରୀ ଜିଲ୍ଲା ଅନ୍ତର୍ଭୁକ୍ତ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟୋଜନ ବଳବତ୍ତର ରହିବ।
………

Leave a Reply

Your email address will not be published. Required fields are marked *