Spread the love

ବାତ୍ୟା ‘ଆକଭାନ’ ମୁକାବିଲା: ୬ ଜିଲ୍ଲାରେ କଟିବନି ମୋବାଇଲ୍ ନେଟୱର୍କ, ଇଣ୍ଟ୍ରା ସର୍କଲ୍ ରୋମିଂ ଲାଗୁ

​ଭୁବନେଶ୍ୱର/ନୂଆଦିଲ୍ଲୀ, ୧୯ ନଭେମ୍ବର: ସମ୍ଭାବ୍ୟ ବାତ୍ୟା ‘ଆକଭାନ’ର ଲ୍ୟାଣ୍ଡଫଲ୍‌କୁ ଦୃଷ୍ଟିରେ ରଖି କେନ୍ଦ୍ର ଦୂରସଞ୍ଚାର ବିଭାଗ (DoT) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଟେଲିକମ୍ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଓଡ଼ିଶାର ୬ଟି ଜିଲ୍ଲାରେ ‘ଇଣ୍ଟ୍ରା ସର୍କଲ୍ ରୋମିଂ’ (ICR) ସୁବିଧା ସକ୍ରିୟ କରିବାକୁ ସମସ୍ତ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

​ଏହି ନିର୍ଦ୍ଦେଶ ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଖୋର୍ଦ୍ଧା ଜିଲ୍ଲାରେ ମୋବାଇଲ୍ ବ୍ୟବହାରକାରୀମାନେ ନିଜ ନେଟୱର୍କ ନଥିଲେ ମଧ୍ୟ ଅନ୍ୟ ଯେକୌଣସି ଉପଲବ୍ଧ ନେଟୱର୍କ (ଏୟାରଟେଲ୍, ବିଏସ୍‌ଏନ୍‌ଏଲ୍, ଜିଓ କିମ୍ବା ଭୋଡାଫୋନ୍ ଆଇଡିଆ) ମାଧ୍ୟମରେ କଲ୍ ଓ ଇଣ୍ଟରନେଟ୍ ସେବା ପାଇପାରିବେ। ଆଜି (୧୯ ନଭେମ୍ବର ୨୦୨୬) ରାତି ୧୧:୫୯:୫୯ ରୁ ୨୦ ନଭେମ୍ବର ରାତି ୧୧:୫୯:୫୯ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟକ୍ଷମ ରହିବ। ବାହାର ରାଜ୍ୟରୁ ଆସି ଏହି ଜିଲ୍ଲାଗୁଡ଼ିକରେ ଥିବା ଗ୍ରାହକ (in-roamers) ମଧ୍ୟ ଏହି ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *