ଗୋପାଳପୁର ନିକଟରେ ବାତ୍ୟା ‘ଅକୱାନ’ର ସ୍ଥଳଭାଗ ଅତିକ୍ରମ
ଗଞ୍ଜାମ: ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି ବାତ୍ୟା ‘ଅକୱାନ’। ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିବା ସୂଚନା ମିଳିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ପ୍ରାୟ ଦୁଇ ଘଣ୍ଟା ଧରି ଜାରି ରହିପାରେ। ଉପକୂଳର ନିକଟବର୍ତ୍ତୀ ହେବା ସହ ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳର ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି।
ବିଭିନ୍ନ ସ୍ଥାନରେ ଜୋର୍ରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି। ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ ତଳିଆ ଓ ଉପକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
