ଦେଉଳତୁଣ୍ଡା ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଲା ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ ):- ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଉଳତୁଣ୍ଡାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପରିବେଶ ଓ ଗଣିତ ମେଳା -୨୦୨୬ ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର ସଭାପତି ଶ୍ରୀ ହୃଷିକେଶ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବାଇଶିଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଗଉଡଗାଁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବଳଦେବ ଅଣ୍ଡିଲ ଓ ସ୍ଥାନୀୟ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳୀମା ପ୍ରଧାନ ବିଚାରକ ଦାୟିତ୍ବ ତୁଲାଇଥିଲେ। ବରିଷ୍ଠ ବର୍ଗରେ ଶ୍ରୁତିରେଖା ରଣା ସ୍ବାଧୀନ ମେହେର ଓ ପଦ୍ମନାଭ ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, କନିଷ୍ଠ ବର୍ଗରେ ଦିବ୍ୟା ରଣା,ଆଭାସ ମେହେର ଓ ଅଭିଷେକ ମେହେର ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ଦାଶ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ସହକାରୀ ଶିକ୍ଷକ ମିତ୍ରଭାନୁ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ।

