Spread the love

ଶ୍ରୀଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ବର ପୂଜାରେ ଅନ୍ନସଂଖୁଡି ଭୋଗ ଲାଗି

ଢେଙ୍କାନାଳ, ୨୪/୧୧: ଢେଙ୍କାନାଳ ସହର ବାଜିଚୌକସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମଠ ପ୍ରାଙ୍ଗଣରେ ୨୫ତମ କାର୍ତିକେଶ୍ୱର ପୂଜା ମହାଆଡମ୍ବର ସହିତ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରେ ଅନ୍ନସଂଖୁଡି ଭୋଗ ଲାଗି କରାଯାଇଛି । ପ୍ରତ୍ୟେକ ଦିନ ତିନି ପ୍ରହର ପୂଜା କରାଯାଉଥିବାବେଳେ ସଂଧ୍ୟାରେ ୧୦୮ ଦୀପରେ ଆଳତି କରାଯାଉଥୁଲା । ଆଜି ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତ ସଂଧ୍ଯା ସମୟରେ ପ୍ରସାଦ ସେବନ କରିଥିଲେ । ଏଥିରେ ରାଇସ୍, ମିକ୍ସ ତରକାରୀ, ଆମ୍ବୁଲ ଖଟା, କ୍ଷୀରି ଇତ୍ୟାଦି ପ୍ରସ୍ତୁତ ହୋଇଥିଲା । ଆସନ୍ତା କାଲି ପୂର୍ଣାହୁତି ଅନୁଷ୍ଠିତ ହେବ ।

ପୂଜକ ଜଗନ୍ନାତ ତ୍ରିପାଠୀ ଓ କର୍ତା ଗଦାଧର ସାହୁ ପୂଜାକୁ ସମ୍ପାଦନ କରୁଥିବାବେଳେ ସଭାପତି ବୁନୁ ବେହେରା, କର୍ମକର୍ତା ସନାତନ ସିଂ, ଅଜିତ୍ ସାହୁ, ଦୀପୁ ଦାଶ, ସୁବାଷ ରାଉତ, ସୁଶାନ୍ତ ସାହୁ ପ୍ରମୁଖ ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ । ଅଂଚଳର ବହୁ ଭକ୍ତ ଯୋଗଦେଇ ଶ୍ରୀଶ୍ରୀ କାର୍ତିକେଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ପୂଜାକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *