ମୀନା ବଜାର ଲକ୍ଷ୍ମୀମନ୍ଦିରରେ ରାସ ଉତ୍ସବ ଉଦ୍ଯାପିତ
ଢେଙ୍କାନାଳ, ୨୪/୧୧: ଢେଙ୍କାନାଳ ସହର ମୀନାବଜାର ଠାରେ ଥିବା ଜଗନ୍ନାଥଙ୍କ ମନ୍ଦିର ପାର୍ଶ୍ଵରେ ଥିବା ଲକ୍ଷ୍ମୀମନ୍ଦିରରେ ରାସ ଉତ୍ସବ ଆଜି କାର୍ତିକ ପୂର୍ଣ୍ଣିମାରେ ଉଦ୍ଯାପିତ ହୋଇଯାଇଅଛି । ଦଶମୀ ଠାରୁ ଆରମ୍ଭ ହୋଇଥୁବା ଆଜି ପୂର୍ଣିମା ଦିନ ରାଧାକୃଷ୍ଣଙ୍କୁ ରାସବେଦୀରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତ୍ୟେକ ଦିନ ସକାଳେ ମଙ୍ଗଳା ଆଳତି, ସ୍ନାନ, ଫୁଲ ଓ ତୁଳସୀମାଳ ସହିତ ପ୍ରତ୍ୟେକ ଦିନ ସକାଳୁ ବାଳଭୋଗ, ମଧ୍ୟାହ୍ନରେ ଅନ୍ନଧୂପ, ସଂଧ୍ୟାରେ ଆଳତି ଓ ରାତ୍ରରେ ବିଭିନ୍ନ ଭୋଗ ଲାଗି କରାଯାଇଥୁଲା I ପୂଜକ ରବି ନାରାୟଣ ଦାସ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ ।
