Spread the love

ସଂସାର ଜୁସ୍‌ର ଚତୁର୍ଥ କାଉଣ୍ଟର ଉଦ୍‌ଘାଟିତ

ଢେଙ୍କାନାଳ ସହରର କୁଞ୍ଜକାନ୍ତ ଠାରେ ସଂସାର ଜୁସ୍‌ର ଚତୁର୍ଥ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମହିଳା ସମାଜସେବୀ ଶାନ୍ତିଲତା ପରିଡ଼ା ତାଙ୍କ ମା ଫିତା କାଟି ନୂତନ କାଉଣ୍ଟରର ଶୁଭାରମ୍ଭ କରିଥିଲେ। ଏଥିରେ ବିରଞ୍ଚି ନାରାୟଣ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।

ଏହି ନୂତନ କାଉଣ୍ଟରର ମାଲିକ ଶଶି ଭୂଷଣ ପରିଡ଼ାଙ୍କ କହିବା ଅନୁଯାୟୀ, ଗ୍ରାହକମାନଙ୍କୁ ସ୍ୱାସ୍ଥ୍ୟକର ଓ ସତେଜ ପାନୀୟ ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ। ଏଠାରେ ଅଁଳା, ଲେମ୍ବୁ, ଗାଜର, ବିଟ୍‌ ସମେତ ବିଭିନ୍ନ ଫଳର ଜୁସ୍‌ ଉପଲବ୍ଧ ହେବ।

ସୁସ୍ୱାଦୁ ଓ ସତେଜ ଫଳରସ ପାନ କରି ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସେ ଗ୍ରାହକମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ପରିବାରବର୍ଗଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ନୂତନ କାଉଣ୍ଟରକୁ ଶୁଭେଚ୍ଛା ଜଣାଇଥିଲେ।

ଢେଙ୍କାନାଳ ସହରରେ ସଂସାର ଜୁସ୍‌ର ଏହି ନୂତନ କାଉଣ୍ଟର ଗ୍ରାହକଙ୍କୁ ଆହୁରି ଏକ ନୂଆ ବିକଳ୍ପ ଯୋଗାଇଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *