Preloader

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ ସିଂହ, ଅଞ୍ଚଳର ସାମାଜ ସେବି ଗଙ୍ଗାଧର ସାମଲ, ବଅଁରପାଳ ବ୍ଲକ ଅଧକ୍ଷ ବିଜୟ କୁମାର ନାଥ ଓ ଗ୍ରାମର ବିଶିଷ୍ଠ ସାମାଜ ସେବୀ ତଥା ବିଜେବି ମଣ୍ଡଳ କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ଧିର ଯୋଗଦାନ କରିଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂଜକ ଆଚାର୍ଯ୍ୟ ବସନ୍ତ କୁମାର ଷଡଙ୍ଗୀ, ଜୟ କୃଷ୍ଣ ରଥ, ସିଦ୍ଧେଶ୍ଵର ପାଣି, ଶାନ୍ତନୁ କୁମାର ପାଣି, ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ ପୂଜାରେ କର୍ତ୍ତା ଦାୟିତ୍ଵ ରେ ସନ୍ତୋଷ କୁମାର ମଙ୍ଗରାଜ, ଗୀତାଞ୍ଜଳି ସାମଲ, ରବି ଖିଲାର, ସବିତା ଖିଲାର, କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ, ଏହି କାର୍ଯ୍ୟକ୍ରମରେ ଗ୍ରାମର ସତାଧିକା ମହିଳା ଓ ପୁରୁଷ ଯୋଗଦେଇ ପୂଜାର୍ଚ୍ଚନା କାମକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ।

By

Leave a Reply

Your email address will not be published. Required fields are marked *