ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ ର ସାଙ୍ଗଠନିକ ବୈଠକ
ଅଦ୍ୟ ତା ୨୭/୧୦/୨୦୨୪ ରବିବାର ଦିନ ସମ୍ବଲପୁର ପ୍ରେସ କ୍ଲବ ଠାରେ ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ ର ଏକ ବୈଠକ ଶ୍ରୀଯୁକ୍ତ ରାମଲାଲ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପଶ୍ଚିମ ଓଡ଼ିଶାର ବାରଟି ଜିଲ୍ଲାର ଶିକ୍ଷକ ସଂଘ ର ସଭାପତି,ବ୍ଲକ ଶିକ୍ଷକ ସଂଘର୍ ସଭାପତି ,କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ତଥା ୪୨୦୦ ଗ୍ରେଡ଼ ପେ , ଛଅଟି ଇନକ୍ରୀମେଣ୍ଟ ସହ ଚାକିରୀ କାଳକୁ ନିଯୁକ୍ତି ଦିନଠାରୁ ଗଣନା କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ, ମାନ୍ୟବର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ମାନ୍ୟବର ସ୍ଥାନୀୟ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।ଟିମ୍ ଲିଡର ରାମଲାଲ ପଟେଲ, ଶିଶିର ଖଟୁଆ,ସୁରେଶ ପ୍ରଧାନ, ପ୍ରମୋଦ ପଣ୍ଡା,ସିତୋଷ କୁମାର ପାଣିଗ୍ରାହୀ,ଶ୍ରୀକାନ୍ତ ବାରିକ,ସ୍ବାଧିନ କୁମାର ସାହୁ,ନନ୍ଦିଘୋଷ ଭୁଏ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଆସନ୍ତା ନଭେମ୍ବର ସତର ତାରିଖରେ ବରଗଡ଼ ଠାରେ ପଶ୍ଚିମ ଓଡ଼ିଶାର ସମସ୍ତ ଜିଳ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବୈଠକ କରି ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲିି ନିଷ୍ପତ୍ତି ନିଆଯାଇଥିଲା ଓ ସମ୍ବଲପୁରର ସାମ୍ବାଦିକ ସମ୍ମିଳନୀରେ ପ୍ରେସ୍ ବିବୃତି ଦିଆଗଲା ।



