ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
ଅନୁଗୋଳ, ତା.୧୬.୧୧:- ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ପୂର୍ବାହ୍ନରେ ଅତିରିକ୍ତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ମ୍ୟୁନିସିପାଲିଟି ଟାଉନ୍ ହଲ ଠାରେ ପାଳିତ ହୋଇଯାଇଛି । ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ବରୂପ’ ହେଉଛି ଚଳିତ ବର୍ଷର ଜାତୀୟ ପ୍ରେସ ଦିବସର ପ୍ରସଙ୍ଗ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ଥୁଲା। ସ୍ବାଧୁନତା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶକୁ ଅଗ୍ରଗତି କରିବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ ଭୂମିକା ରହି ଆସିଅଛି । ଗଣମାଧ୍ୟମ ଦାୟିତ୍ବକୁ ସଠିକ୍ ଭାବେ ତୁଲାଇ ଜନ ସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପାଇଁ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ଉପରେ ଅତିରିକ୍ତ ଜିଲ୍ଲାପାଳ ଆଲୋକପାତ କରିଥିଲେ । ଗଣମାଧ୍ୟମ ଏକ ଜ୍ଞାନର ଭଣ୍ଡାର ସୁଫଳ ସମାଜର ସବୁ ବର୍ଗର ଜନସାଧାରଣଙ୍କୁ ମିଳୁଛି ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ । ସମ୍ମାନୀତ ବକ୍ତା ଭାବେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ଯକ୍ଷ ପ୍ରଫେସର ଶାନ୍ତନ୍ତୁ କୁମାର ସର ଯୋଗଦେଇ କହିଥିଲେ ଯେ, ବିଭିନ୍ନ ପରିବର୍ତ୍ତନ ସତ୍ତ୍ବେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ୍ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହିଁ ସାମ୍ବାଦିକତାର ମୂଳମନ୍ତ୍ର । ତଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକତାର ମୂଳମନ୍ତ୍ରକୁ ପାଳନ କରି ସୁସ୍ଥ ଗଣତନ୍ତ୍ର ସ୍ଥାପନା କରିବା ନିମନ୍ତେ ସେ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ମାଧ୍ୟମିକ ଶିକ୍ଷା ପରିଷଦର ଅବସରପ୍ରାପ୍ତ ସଭାପତି ଡ.ଧରଣୀଧର ନାଥ ଚଳିତ ବର୍ଷର ବାର୍ତା ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ବରୁପ’ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସାମ୍ପ୍ରତିକ ନୂତନ ଡିଜିଟାଲ|ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ମେଧା) ଯୁଗରେ ବିଭିନ୍ନ ଉପକରଣ ବ୍ୟବହାର ବହାର କରି ସଠିକ୍ ସୂଚନାକୁ ଲୋକମାନଂକ ପାଖରେ ପରିବେଷଣ କରିବା ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଦିନରେ ପ୍ରେସ କାଊନସିଲ ଅଫ ଇଣ୍ଡିଆ ଗଠିତ ହୋଇଥିବାରୁ ଆଜିର ଦିନକୁ ପ୍ରେସ ଦିବସ ଭାବରେ ପାଳିତ କରାଯାଉଛି ବୋଲି ମୁଖ୍ୟ ବକ୍ତା ସୂଚନା ଦେଇଥିଲେ । ଗଣମାଧ୍ୟମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସଂଯୋଗ ସେତୁ ସଦୃଶ କାର୍ଯ୍ୟ କରିବା ସହ ଏକ ସୁସ୍ଥ ଜନମତ ସୃଷ୍ଟିକରେ ବୋଲି ମଧ୍ୟ ସେ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓ ଉପଖଣ୍ଡ ସ୍ତରରୁ ଆସିଥିବା ସାମ୍ବାଦିକଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟର କର୍ମଚାରୀ ମାନେ ଯୋଗ ଦେଇଥିଲେ । ।



