ଭୂବନେଶ୍ୱର, ୧୬/୧୧ : ଆଧୁନିକ ହେବ ରୌପ୍ୟ ନଗରୀ କଟକ । ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହାନଦୀରେ ହେବ ଦୁଇଟି ରିଭର ଫ୍ରଣ୍ଟ । କଟକ ଓ ସମ୍ବଲପୁରରେ ରିଭର ଫ୍ରଣ୍ଟ ହେବ । ଏହା ସାବରମତୀ ରିଭର ଫ୍ରଣ୍ଟ ଭଳି ହେବ । ଏଥିପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ବାଲିଯାତ୍ରା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ମହାନଦୀ ପଠା । ଏଥର ଯୋଗ ଦେଇଛନ୍ତି ୧୩ଟି ଦେଶର ରାଷ୍ଟ୍ରଦୂତ ଓ ହାଇକମିଶନର ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଦେଶର କଳାକାର ବାଲିଯାତ୍ରାରେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ଏହି ଐତିହାସିକ ଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-18.jpg)


