ଭୂବନେଶ୍ବର: ଖୁବ୍ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ । ଅନ୍ୟ ରାଜ୍ୟ ଭଳି ଏଣିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରୋତ୍ସାହନ ରାଶି ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍ ।
ଏଥିସହିତ ଏଣିକି ବଜାରରେ ଓମଫେଡ୍ ଦୁଗ୍ଧ ସହିତ ବିକ୍ରି ହେବ ଓମଫେଡ୍ ଚକଲେଟ ଆଉ ଓ ଓମଫେଡର ପାଣି । ଏଥିସହିତ ରାଜ୍ୟରେ ଆଉ ୩ଟି ନୂଆ ଓମଫେଡ୍ ପ୍ଲାଣ୍ଟ ନିର୍ମାଣ କରାଯିବ ।ଏନେଇ ମନ୍ତ୍ରୀ କହିଛନ୍ତି, ଗୋପାଳନର ବିକାଶ ତଥା ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟ ସରକାର ଓମଫେଡ୍ର ୩ଟି ନୂତନ ଦୁଗ୍ଧ ପ୍ଲାଣ୍ଟ ରାଜ୍ୟରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ଵରରେ ଏହି ନୂତନ ଡାଏରୀ ପ୍ଲାଣ୍ଟ ଖୋଲାଯିବ। ଓମଫେଡ୍ରେ ଗୁଣବତ୍ତା ଏବଂ ଦୁଗ୍ଧ ପରିମାଣ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରାର ମଧ୍ୟ ସହାୟତା ନିଆଯିବ। ଏହା ସହିତ ଖୁବଶୀଘ୍ର ଓମଫେଡ୍ ପାଣି ଏବଂ ଚକୋଲେଟ ବଜାରକୁ ଆସିବ ବୋଲି ସୂଚନା ଦେିଛନ୍ତି ମନ୍ତ୍ରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


