ଭୂବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଜରୁରୀକାଳୀନ ମେଡିକାଲ ସେବା ଯୋଗାଉଥିବା ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଆନ୍ଦୋଳନ ଉପରେ ଥିବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଉ ୬ ମାସ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ତେବେ ଗତ ମେ’ ୨୪ ତାରିଖରେ ଜାରି କରିଥିବା କଟକଣାର ଅବଧି ନଭେମ୍ବର ୨୩ ତାରିଖ ଶେଷ ହେବ ।
ଏହି ଆନ୍ଦୋଳନରେ ଅଛନ୍ତି ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ସମେତ ରେଫରାଲ ଟ୍ରାନ୍ସପୋର୍ଟ ଆମ୍ବୁଲାନ୍ସ ସର୍ଭିସରେ କାର୍ଯ୍ୟରତ କର୍ମଚାରୀ ।ଏହି ଅବଧି ମଧ୍ୟରେ ଆମ୍ବୁଲାନ୍ସ ସେବାରେ ନିୟୋଜିତ କର୍ମଚାରୀମାନେ କୌଣସି ପ୍ରକାରର ଧର୍ମଘଟ ଓ ଆନ୍ଦୋଳନ କରିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


