ଦ୍ରୁତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା, ଗଛରେ ପିଟିହେଲା କାର ୬ ଆହତ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ବର ପୁର ନିକଟରେ ଦୃତଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଛଜଣ ଆହତ। ସୁଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ମହେଶ୍ୱରପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓହ୍ଲାଇ ଗଛରେ ପିଟିହେଲା କାର।କାରରେ ଥିବା ସମସ୍ତ ୬ଜଣ ଆହତ ହୋଇଛନ୍ତି। ଆହତ ଙ୍କ ମଧ୍ୟରେ ୪ ଜଣକ ଅବସ୍ଥା ଗୁରୁତର ଥିବା ନେଇ ସୂଚନା। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଗ୍ନିଶମ ବାହିନୀର ସହାୟତାରେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଗୁରୁତର ୪ଜଣକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ଚମ୍ପୁଆରୁ ରିମୁଳି ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ମହେଶ୍ବର ପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛରେ ପିଟି ହୋଇଥିଲା। ଫଳରେ କାରରେ ବସିଥିବା ସମସ୍ତ ଆହତ ହୋଇଥିବା ସୁଚନା ରହିଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



