ବଡ଼ବିଲ ଡିଜିଟାଲ ମିଡିଆୱିଙ୍ଗ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଡିଜିଟାଲ ମିଡ଼ିଆ ୱିଙ୍ଗ ପକ୍ଷରୁ ଜାତୀୟ ସାମ୍ବାଦିକତା ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ହୋଟେଲ ଭିକି ରେ ଥିବା ସଭା ଗୃହରେ ଶନିବାର ସଂନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ମହାବିଦ୍ୟାଳୟ ର ପ୍ରଫେସର ଅସିତ୍ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଦ୍ଵିପ ପ୍ରଜ୍ଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଓ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ଡିଜିଟାଲ ମିଡ଼ିଆ ଯୋଗୁ କିପରି ସମାଜରେ ଦୃତ ପରିବର୍ତ୍ତନ ଆସୁଛି ତାହା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଆମନ୍ତ୍ରିତ ପିଲାମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଓ ଉତ୍ତରୀ ପିନ୍ଧାଇ ସ୍ବାଗତ କରିବା ସହ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ଓ ଅତିଥି ମାନଙ୍କ ମନ ମୋହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆମନ୍ତ୍ରିତ ଅତିଥି ଭାବେ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ର ଭୀମସେନ ଜେନା, ରଞ୍ଜନ ସାହୁ, ବରିଷ୍ଟ ସାମ୍ବାଦିକ ସୁନିଲ ଦାସ୍, ମନୋଜ ସାହୁ ଓ ଡିଜିଟାଲ ମିଡ଼ିଆ ୱିଂଙ୍ଗ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସୂଚାରୁ ରୁପେ କାର୍ଯ୍ୟକ୍ରମ କୁ ତୁଲାଇଥିଲେ। ଶେଷରେ ଆମନ୍ତ୍ରିତ ଅତିଥି ଓ ଦର୍ଶକ ମାନଙ୍କୁ ଖାଦ୍ୟ ବଣ୍ଟନ କରଯାଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



