ଚାନ୍ଦା ରେ ଚାଲିଛି ଜଗତସିଂହପୁର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା | ଉପସ୍ଥିତ ବୈଜ୍ଞାନିକ ଙ୍କୁ ଉପେକ୍ଷା ନେଇ ପ୍ରଶ୍ନ ଉଠାଇଲେ ବିଧାୟକ
ଜଗତସିଂହପୁର
ତା =18/11/24
ଆଜିର ଛତ୍ର କାଲିର ଭବିଷ୍ୟତ | ଭବିଷ୍ୟତ ଉତ୍ତରପିଢ଼ି ମାନଙ୍କ ମଧ୍ୟ୍ୟ ରେ ବୈଜ୍ଞାନିକ ଚିନ୍ତନ ବୃଦ୍ଧି କରିବା ନିମନ୍ତେ ପ୍ରତିବର୍ଷ ପରି ଚଳିତ ବର୍ଷ ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ବ୍ଲକ ସ୍ତରୀୟ ବିଜ୍ଞାନମେଳା ପାଟେଣୀଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ବ୍ଲକ ର 180 ଟି ବିଦ୍ୟାଳୟ ମଧ୍ୟ୍ୟରୁ 140 ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଜ୍ଞାନମେଳା ରେ ବିଭିନ୍ନ ପ୍ରକଳ୍ପ ପଦର୍ଶନ କରିଥିଲେ | ସରକାର ଙ୍କ ପକ୍ଷରୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଆୟୋଜନ ନିମନ୍ତେ ପଚିଶି ହଜାର ଟଙ୍କା ଆର୍ଥିକ ପ୍ରୋଛାହନ ଯୋଗାଇ ଦିଆଯାଇଥିଲା ଯାହା ସମୁଦ୍ରକୁ ଶଙ୍ଖେ ପରି | ଉଦଘାଟନୀ ସଭା ମଞ୍ଚ, ବିଭିନ୍ନ ଷ୍ଟଲ ନିର୍ମାଣ, ଖାଦ୍ୟ ପେୟ ଆଦି କୁ ଦୃଷ୍ଟିରେ ରଖି ବିଜ୍ଞାନ ଶିକ୍ଷକ ମାନଙ୍କ ଠାରୁ ଆର୍ଥିକ ଅନୁଦାନ ଗ୍ରହଣ କରାଯାଇଥିଲା | କେବଳ ସେତିକି ନୁହେଁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ବିଶିଷ୍ଟ ବୈଜ୍ଞାନିକ କିଶୋର ଚନ୍ଦ୍ର ସାହୁ ଯୋଗଦେଇଥିଲେ | ବ୍ଲକ ଶିକ୍ଷା ଅଧିକାରୀ ଉଦଘାଟନୀ ମଞ୍ଚ ପରିଚାଳନା କରୁଥିଲେ | ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ | ଅନେକ ଅନାମଧେୟ ଅତିଥି ମଞ୍ଚାସିନ ହୋଇଥିଲେ | କିନ୍ତୁ ବିଜ୍ଞାନମେଳା ରେ ବୈଜ୍ଞାନିକଉପସ୍ଥିତ ଥିଲେ ମଧ୍ୟ୍ୟ ତାଙ୍କୁ ଉପେକ୍ଷା କରାଯାଇଥିଲା | ବିଧାୟକ ଏହା ଅନୁଭବ କରି କ୍ଷେଭ ପ୍ରକାଶ କରିଥିଲେ | ଏବଂ ବିଧାୟକ ଙ୍କ ନିର୍ଦେଶ କ୍ରମେ ବୈଜ୍ଞାନିକ ଙ୍କୁ ବିଜ୍ଞାନ ମେଳା ଉଦଘାଟନ ମଞ୍ଚ ରେ ଦୁଇପଦ ଅଭିଭାଷଣ ଦେବାର ସୁଯୋଗ ମିଳିଥିଲା | ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଏଥିନେଇ ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



