ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ -୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହୀତ
ଢେଙ୍କାନାଳ, ଓଡ଼ିଶା, 19, ୨୦୨୪: ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କମ୍ପାନୀ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ଠିକା କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ୭୬୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତଦାନ କରିଥିଲେ ।ଟିଏସଏମ ଅପରେସନ୍ସର ଉପାଧ୍ୟକ୍ଷ ଉତ୍ତମ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟନ କରିବା ସହ ରକ୍ତଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କର ଦାୟିତ୍ୱରେ ଥିବା ଅଧିକାରୀ ଡକ୍ଟର ସ୍ୱରୂପ ସାହୁ ଶିବିରରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀର ଅମିତ ସିଂ, ମୁଖ୍ୟ ଆଇରନ୍ ମେକିଂ, ଅମିତାଭ ଝା, ମୁଖ୍ୟ ଏଚଆରବିପି, ଚନ୍ଦ୍ର ପ୍ରକାଶ, ମୁଖ୍ୟ ସିଆରଏମଙ୍କ ସମେତ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଆଶିଷ ମହାପାତ୍ର ଏବଂ ବରିଷ୍ଠ ଚିକିତ୍ସା ଅଧିକାରୀ ଡକ୍ଟର ଅବିନାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।ଢେଙ୍କାନାଳ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ବ୍ଲଡ ବ୍ୟାଙ୍କ ଏବଂ ଆମ ଓଡ଼ିଶା, ସମ୍ବାଦ ଗ୍ରୁପ ସଦସ୍ୟଙ୍କ ସହଯୋଗରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଟାଟା ଷ୍ଟିଲ୍ ମେରାମଣ୍ଡଳୀ ମେଡିକାଲ୍ ସର୍ଭିସେସ୍ ଟିମ୍ ସମସ୍ତ ରକ୍ତଦାତାମାନଙ୍କ ପାଇଁ ଏକ ନିରାପଦ ଏବଂ ଉତ୍କୃଷ୍ଟ ପରିବେଶ ସୃଷ୍ଟି କରି ସୁଗମ ସମନ୍ୱୟ ସୁନିଶ୍ଚିତ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


