ଯାଜପୁର:କଳିଙ୍ଗନଗର ଶିଳ୍ପାଞ୍ଚଳ ନୀଳାଚଳ କାରଖାନା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବୀ ନେଇ ନୀଳାଚଳ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ। କାରଖାନା ସୁରକ୍ଷାକର୍ମୀ ,ପୋଲିସ ଙ୍କ ସହ ନୀଳାଚଳ ବିସ୍ଥାପିତ ପରିବାର ସଦସ୍ୟା ମୁଁହାମୁହିଁ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନା ଠାରୁ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ 163 ଧାରା ଜାରି। ଅପ୍ରୀତିକର ପରିସ୍ଥିତି ଏଡାଇବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ,୨ ତହସିଲଦାର,୨ ବିଡ଼ିଓ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ,୫ ଥାନା ଅଧିକାରୀ ଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି।

May 25, 2026/
No Comments


