ଭୂବନେଶ୍ୱର, ୨୭/୧୧ : ବରଗଡରୁ କଫ ସିରପ ନେଇ ଆସୁଥିବାବେଳେ ଜବତ କରିଛି ପୋଲିସ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଜୀବନଗରର ବବୁଲୁ ବେହେରା, ମିର୍ଦ୍ଧାପାଲିର ସ୍ୱାଧିନ ଅଦାବରିଆ ଏବଂ ମାଧିଆପାଲିର ସଚିକାନ୍ତ ସୁନା । ତାଙ୍କ ଠାରୁ ୧୨୦୦ ବୋତଲ କଫ ସିରପ, ଚାଲାଣ ହେଉଥିବା ଏକ ମେକ୍ସପିକଅପ ଗାଡି, ନଗଦ ୧ ଲକ୍ଷ ୭୨ ହଜାର ୫୦୦ ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରାଯାଇଛି ।
ଟାଉନ ଥାନାରେ ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏସଡିପିଓ ପ୍ରଦୀପ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଘଟଣାର ମାଷ୍ଟରମାଇଣ୍ଡ ବବୁଲୁ ବେହେରା ହୋଇଥିବାବେଳେ ସେ ବଲାଙ୍ଗିର ସହର, ଲୋଇସିଂହା ଏବଂ ବରଗଡ ଜିଲ୍ଲାର ପଦମପୁର, ଗାଇସିଲେଟ, ବିଜେପୁର, ବରପାଲି ଅଞ୍ଚଳରେ କଫସିରପ ଚାଲାଣ କରିଥାଏ | ଜବତ ହୋଇଥିବା କଫ ସିରପ ର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ପୁଲିସ ତରଫର ସୂଚନା ମିଳିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଲକ୍ଷ୍ମୀଜୋର ଥାନା ଏସଆଇ ସୁଚିସ୍ମିତା ଜେନା, ଏଏସଆଇ ବି ଦେହୁରୀ, ଏଏସଆଇ ଏ ଘିବେଲା ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।



