କେନ୍ଦୁଝର ଜିଲ୍ଲାରେ ମାଫିଆଙ୍କ ରାଜୁତି, ସରକାରୀ କର୍ମଚାରୀଙ୍କୁ ମାଫିଆଙ୍କ ଆକ୍ରମଣ
କେନ୍ଦୁଝର :- ମନେହୁଏ ଖଣି ଗର୍ଭା କେନ୍ଦୁଝର ଜିଲ୍ଲାରେ ଚାଲିଛି ଖଣି ମାଫିଆ ମାନଙ୍କ ରାଜୁତି, ଏହି ମାଫିଆ ମାନେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି।କେନ୍ଦୁଝର ଜିଲ୍ଲା ଖଣିବିଭାଗ ଏନଫୋର୍ସମେଣ୍ଟ ଷ୍କ।ର୍ଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ , ୩ଜଣ ସୁରକ୍ଷା କର୍ମି ଙ୍କୁ ଧରି ଆନନ୍ଦପୁର ଅଞ୍ଚଳରରେ ଚୋରାବାଲି ଧରପକଡ ପାଇଁ ଆସିଥିବା ସମୟରେ ତାଙ୍କ ଟିମ୍ ଉପରେ ହୋଇଛି ଏହି ଆକ୍ରମଣ। ଗତକାଲି ବିଳମ୍ବିତ ରାତିରେ ଘଷିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସୁଡୁସୁଡ଼ିଆ ଛକ ଠାରେ ତାଙ୍କ ଗାଡିକୁ ପିଛାକରି ଅଟକାଇବାପରେ ଲୁହା ପାଇପ୍ ରେ ଗାଡି କାଚ ସବୁ ଭାଙ୍ଗିବାସହ ଗାଡି ଭିତରେ ବସିଥିବା ଖଣି ଅଧିକାରୀ ସୁରଜ ହେମ୍ବ୍ରମ ଙ୍କ ସହ ସିକ୍ଯୁରିଟି ଗାର୍ଡ ଓ ଡ୍ରାଇଭର କୁ ମାରି ଲହୁଲୁହାଣ କରିଛନ୍ତି ଏହି ମାଫିଆ।ଚଢାଉ ପାଇଁ ଖଣି ଅଧିକାରୀ ଜଣକ ଗତକାଲି କେନ୍ଦୁଝର କାର୍ଯ୍ଯଳୟ ଠାରୁ ବାହାରି ପ୍ରଥମେ ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ।ସେହି ଠାରୁ ହିଁ ୨ଟି ଗାଡି ତାଙ୍କୁ ଫଲୋ କରିଥିଲା। ପରେ ସେ ଆନନ୍ଦପୁର ପହଁଞ୍ଚିବାପରେ ପ୍ରଥମେ ବୈତରଣୀ ବ୍ରିଜ୍ ପାରି ହୋଇ ଆନନ୍ଦପୁର କଲେଜ ପର୍ଯ୍ଯନ୍ତ ଯାଇଥିଲେ। ସେଠାରୁ ଫେରି ଆନନ୍ଦପୁର ବସଷ୍ଟାଣ୍ଡ ଦେଇ ଘଷିପୁରା ପଟକୁ ଫେରିବା ସମୟରେ ଆନନ୍ଦପୁର ବ୍ରିଜ୍ ଛକ ଠାରେ ଥିବା ଆଉ ୫-୬ଟି ୪ଚକିଆ ରେ କିଛି ଲୋକ ତାଙ୍କୁ ପିଛା କରିଥିଲେ। ବ୍ରିଜ ପାରି ହେବାପରେ ଗିଡି ସ୍ଲୋ ହେବାର ସୁଯୋଗ ନେଇ ତାଙ୍କ ଗାଡି ଆଗରେ ଗାଡି ରଖି ଅତର୍କିତ ଆକ୍ରମଣ କରିଥିଲ। ଆହତ ଅବସ୍ତାରେ ସମସ୍ତ ୫ଜଣ ସ୍କୁଆଡ୍ ସଦସ୍ଯ ଘସିପୁରା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ଆକ୍ରମଣକାରୀ ଙ୍କୁ ଧରିବାକୁ ଖାନ୍ ତଲାସ୍ ଚଳାଇଥିବା ନେଇ ସୂଚନା ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



