Spread the love

ଭୂବନେଶ୍ବର,୫/୧୨: ଭୁବନେଶ୍ବରରେ ନବନିର୍ମିତ ଜୁଡିସିଆଲ ପରିସରକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଗୁରୁବାର ସନ୍ଧ୍ୟାରେ କହିଛନ୍ତି, ସାଧାରଣ ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ। ଦେଶର ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ। ସାଧାରଣ ଲୋକ ଜାଣିପାରନ୍ତି ନାହିଁ ଯେ, କୋର୍ଟରେ ଓକିଲ କିଭଳି ଯୁକ୍ତି କରୁଛନ୍ତି ଏବଂ ବିଚାରପତି କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି।

ଗୁରୁତ୍ବପୂର୍ଣ୍ଣ ବିଚାର ଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବା ଉଚିତ। ନ୍ୟାୟ ମିଳିବାରେ ବିଳମ୍ବ ହେଲେ ନ୍ୟାୟ ନମିଳିବା ଭଳି ଅନୁଭବ ହୋଇଥାଏ। ନ୍ୟାୟିକ ବ୍ୟବସ୍ଥାରେ ଗରିବ ଲୋକମାନେ ଅଧିକ କଷ୍ଟ ଭୋଗୁଛନ୍ତି। ବାରମ୍ବାର କୋର୍ଟକୁ ଯିବା ପାଇଁ ସେମାନଙ୍କର ଲୋକବଳ ଓ ଅର୍ଥ ବଳ ନଥାଏ। ତେଣୁ ଗରିବ ଲୋକମାନେ ଯେଭଳି ସହଜରେ ନ୍ୟାୟ ପାଇପାରିବେ, ସେହିଭଳି ବ୍ୟବସ୍ଥା ହେବା ଦରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

ଓଡ଼ିଶା ସରକାରଙ୍କ ଦ୍ବାରା ଆଇନ୍ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ କରାଯାଉଥିବା ଜାଣି ଖୁସି ହେଲି । ଓଡ଼ିଶାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରାଯାଉଛି। ଏହା ପ୍ରଶଂସନୀୟ ପଦକ୍ଷେପ । ଏହାକୁ ଆାହୁରି ବ୍ୟାପକ କରାଯିବ ବୋଲି ଆଶା କରୁଛି। ଆମ ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ସଫଳତା ହାସଲ କରୁଛନ୍ତି। ଆଇନ୍ କ୍ଷେତ୍ରରେ ମହିଳାଙ୍କୁ ଅଧିକ ଆସିବାର ଆବଶ୍ୟକତା ରହିଛି। ମଧୁବାବୁ ମହିଳାମାନଙ୍କୁ ଓକିଲାତି କରିବା ପାଇଁ ପାଟଣା ହାଇକୋର୍ଟ ସମେତ ବିଭିନ୍ନ ସଂସ୍ଥାର ଦ୍ବାରସ୍ଥ ହୋଇଥିଲେ। ଭାରତର ମହିଳାମାନେ ଓକିଲାତି କରିବାର ସୁଯୋଗ ପାଇଛନ୍ତି। ମଧୁବାବୁଙ୍କ ଭଳି ଆମ ଝିଅମାନେ ମଧ୍ୟ ଆଇନ କ୍ଷେତ୍ରରେ କାମ କରୁଛନ୍ତି।

କୋର୍ଟ କଚେରିରେ ନ୍ୟାୟ ଆଶାରେ ଯାଇଥିବା ଲୋକ ବହୁବାର ଯାଇଯାଇ ଥକି ପଡ଼ିଥାନ୍ତି। ଲୋକମାନେ ଓକିଲଙ୍କୁ ମନକଥା ମଧ୍ୟ କହିପାରି ନଥାନ୍ତି। ବିଶ୍ବଗୁରୁ ରବୀନ୍ଦ୍ର ନାଥ ଟାଗୋର ତାଙ୍କର କବିତା ମାଧ୍ୟମରେ କହିଛନ୍ତି- ଯେଉଁଠି ବିନା ଭୟରେ ମୁଣ୍ଡ ଟେକି ଯାଇ ହେଉଥିବ, ସେହି ଦିଗରେ ଭାରତ ଅଗ୍ରଗତି କରୁଛି। ଗାଁ ଗହଳିରେ ଯେତେବେଳେ ଆମେ ପିଲାଥିଲୁ, ଆଇନଜ୍ଞ, ଶିକ୍ଷକ ଓ ଡାକ୍ତରଙ୍କୁ ଭଗବାନ ମନେ କରୁଥିଲୁ। ଏହାର କାରଣ ଆଇନର ପ୍ରତ୍ୟେକ ଧାରା ଏମାନଙ୍କୁ ଜଣା। ସେମାନଙ୍କର ସାଧାନାକୁ ସମ୍ମାନ ଦେବା। ଆଇନଜୀବୀମାନଙ୍କର କର୍ତ୍ତବ୍ୟକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସାଧାରଣ ଲୋକଟିଏ ଯଦି କୌଣସି ଅସୁବିଧା ନପାଏ, ତାହା ବିକଶିତ ଭାରତକୁ ପ୍ରମାଣିତ କରିବ।ଅଭିଭାଷଣର ଆରମ୍ଭରୁ ରାଷ୍ଟ୍ରପତି କହିଥିଲେ ମହାତ୍ମା ଗାନ୍ଧୀ ନ୍ୟାୟ ପାଇଁ ସଂଘର୍ଷ କରିଥିଲେ। ଏହି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଖୁସି ଅନୁଭବ କରୁଛି। ଏହି କୋର୍ଟରେ ଏକାଧିକ କାର୍ଯ୍ୟକ୍ରମ ହୋଇପାରିବ। ବିଭିନ୍ନ ମାମଲାର ବିଚାର ହୋଇପାରିବ। ନବନିର୍ମିତ କୋର୍ଟରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *