ଭୂବନେଶ୍ୱର, ୦୫/୧୨ : ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ଏଥିସହ ପୀଡ଼ିତା ନାବାଳିକାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଟିକାପାଲି ଥାନା ଅଞ୍ଚଳରେ ୧୫ ବର୍ଷୀୟା ନାବାଳିକା ତାଙ୍କ ବଡ଼ ଭଉଣୀଙ୍କ ଘର ରହି ପାଠ ପଢ଼ୁଥିଲେ । ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କ ବଡ଼ ଭଉଣୀ ଅଫିସ୍ ଯାଇଥିଲେ ନାବାଳିକା ଜଣକୁ ଏକାକୀ ଘରେ ଦେଖି ଏହାର ସୁଯୋଗ ନେଇ ଅଭିଯୁକ୍ତ ଧନେଶ୍ୱର କହଁର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଧନେଶ୍ୱର କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ୍, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଫୁଲବାଣୀ ପୋକ୍ସୋ କୋର୍ଟ ଅଭିଯୁକ୍ତ ଧନେଶ୍ୱର କହଁରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)

