ପ୍ୟାରିସ: ଫ୍ରାନ୍ସର ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିୟରଙ୍କ ସରକାରର ପତନ ହୋଇଛି। ମାତ୍ର ୩ ମାସରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଛନ୍ତି।
ଫ୍ରାନ୍ସରେ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସଂସଦରେ ଜଣେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଏପରିକି ମିସେଲଙ୍କ ସରକାର ସବୁଠାରୁ କମ୍ କାର୍ଯ୍ୟକାଳ ଅବଧି ସରକାର ହୋଇଛି।
ତେବେ ଫ୍ରାନ୍ସରେ ସମୁଦାୟ ୫୭୭ ସାଂସଦ ଅଛନ୍ତି। ମିସେଲଙ୍କ ସରକାରକୁ ହଟାଇବା ପାଇଁ ୨୮୮ ଭୋଟ୍ ଆବଶ୍ୟକ ଥିଲା ବେଳେ ୩୧୧ ସାଂସଦ ତାଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ଯାହାଫଳରେ ସେ ଅନାସ୍ଥା ପ୍ରସ୍ତାବରେ ହାରିଯାଇଥିଲେ। ଅପରପକ୍ଷରେ ସରକାରଙ୍କ ପତନ ହେତୁ ଫ୍ରାନ୍ସରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ମିସେଲ ବର୍ଣ୍ଣିୟର ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ପ୍ରଦାନ କରିବେ। ଏହି ଇସ୍ତଫା ମଧ୍ୟ ଇମାନୁଏଲ୍ ମାକ୍ରୋନଙ୍କ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି।
ତେବେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ରାଜନୈତିକ ଅସ୍ଥିରତା ମଧ୍ୟରେ ୨୦୨୭ ପର୍ଯ୍ୟନ୍ତ ସେ ତାଙ୍କ କାର୍ଯ୍ୟକାଳ ଶେଷ କରିବେ। ରାଜନୈତିକ ଅସ୍ଥିରତାକୁ ନଜରରେ ରଖି ଖୁବଶୀଘ୍ର ନୂତନ ପ୍ରଧାନମନ୍ତ୍ରୀ ଘୋଷଣା କରିବାକୁ ପଡିବ ବୋଲି ସେ ପ୍ରକାଶ କରିଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

