ଭୂବନେଶ୍ୱର, ୨୪/୧୨ : ଛତିଶଗଡ କାଙ୍କେର ଜିଲ୍ଲାରେ ୪୦ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିବା ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ । ପ୍ରଭାକରକୁ ଧରିବା ଲାଗି ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ମାଲକାନଗିରି- ଛତିଶଗଡ଼ରେ ହାର୍ଡକୋର ମାଓବାଦୀ ପ୍ରଭାକର ଅନେକ ହିଂସା ଘଟାଇଥିଲା। ବିଭିନ୍ନ ଥାନାରେ ପ୍ରଭାକରଙ୍କ ନାରେ ଏକାଧିକ ହିଂସା ମାମଲା ରହିଛି ।
ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ଗିରଫଦାରୀ ନକ୍ସଲ ବିରୋଧୀ ଅଭିଯାନରେ ପୋଲିସ ପାଇଁ ଏକ ବଡ ସଫଳତା । ୫୭ ବର୍ଷୀୟ ପ୍ରଭାକର ଓରଫ ବାଲମୁରୀ ନାରାୟଣ ରାଓ ତେଲେଙ୍ଗାନା ରାଜ୍ୟର ଜଗିତିଆଲ ଜିଲ୍ଲାର ବୀରପୁର ଗ୍ରାମର ବାସିନ୍ଦା । ସେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ଶୀର୍ଷ ମାଓ ନେତାଙ୍କ ନିକଟତର ସହଯୋଗୀ ଥିଲେ । ଆଇଜି କହିଛନ୍ତି ଯେ ପ୍ରଭାକର ରାଓ ଓରଫ ବାଲମୁରୀ ନାରାୟଣ ରାଓଙ୍କ ପତ୍ନୀ ରାଜେ କାଙ୍ଗେ ରାଓଘାଟ ଏରିଆ କମିଟିର ପ୍ରଭାରୀ । ଏହା ସହ ସେ ମାଓ ସଚିବ ଗଣପତିଙ୍କ ସମ୍ପର୍କୀୟ ଭାଇ । ୨୦୨୪ ମସିହାରେ ଏପର୍ଯ୍ୟନ୍ତ ମୋଟ ୮୮୪ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୁଚନା ଦେଇଛନ୍ତି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)

