ଜ୍ୟୋତି କଳସ ରଥ ର ଶୁଭ ଆଗମନ
ଜଗତସିଂହପୁର ତା =28/12/24ଅଖିଳ ବିଶ୍ୱ ଓ ପରମ ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମା ଙ୍କ ର ଜନ୍ମ ସତବାର୍ଷିକ ଉପଲକ୍ଷେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଜଗତସିଂହପୁର ପକ୍ଷରୁ ଜ୍ୟୋତି କଳସ ରଥ ର ଶୁଭ ଆଗମନ କାର୍ଯ୍ୟକ୍ରମ ମହାଆଡମ୍ବର ସହକାରେ ପାଳନ କରାଯାଇଥିଲା |ସ୍ଥାନୀୟ ଗାନ୍ଧୀଛକ ନିକଟରୁ ସହ ସହ ଶ୍ରଦ୍ଧାଳୁ ଶୋଭାଯାତ୍ରା ରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବିଶ୍ୱ ରେ ପରସ୍ପର ମଧ୍ୟ୍ୟ ରେ ଭାତୃତ୍ୱ,ଶାନ୍ତି ସଦଭାବନା ବଜାୟ ରଖିବା ପାଇଁ ପ୍ରବଚନ ଆଦି କାର୍ଯ୍ୟକ୍ରମ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ସର୍ବଶ୍ରୀ ବଳରାମ ସାହୁ, କୃପାସିନ୍ଧୁ ଷଢଙ୍ଗୀ, ସନ୍ତୋଷ କୁମାର ଜେନା, ପଦ୍ମନାଭ ସାହୁ ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



