କେନ୍ଦୁଝରଜିଲ୍ଲା ଚମ୍ପୁଆଥାନା ଅନ୍ତର୍ଗତ ରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଓ ବଣ ଜଙ୍ଗଲ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅତ୍ୟଧିକ ମାତ୍ରାରେ ଖଣି ଖନନ ଯୋଗୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏବଂ ଏହା ଯୋଗୁ ଅନେକ ସମୟରେ ହାତୀ ଓ ମଣିଷ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳେ, ଏଥିରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ବଳି ପଡିଥାନ୍ତି। ସେହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ଅଧ ରାତିରେ ପରିଶ୍ରା କରିବାକୁ ଘରୁ ବାହାରି ଥିବା ବେଳେ ଦଳି ଦେଲା ଦନ୍ତା। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲି ବନ୍ଧ ସେକ୍ସନ ର ରେଭେନ୍ସା ପୁର (ଖ) ଗ୍ରାମ ରେ ଘଟିଛି ଅଘଟଣ। ରାତି ପ୍ରାୟ ୨ଟା ବେଳେ ରେଭେନ୍ସା ପୁର(ଖ) ଗ୍ରାମ ର ରଥ ମୁଣ୍ଡା ଘରୁ ପରିଶ୍ରା କରିବାକୁ ବାହାରିଥିଲେ । ଏହି ସମୟରେ ଘର ଆଗରେ ଛକି ରହିଥିବା ଏକ ଦନ୍ତାହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା କୁ ବିବେଛେଦ ପାଇଁ ପଠାଇ ଥିବା ଜଣାପଡିଛି। ସୂଚନାଯୋଗ୍ୟ କି ନୁଣଗୋଠାଣି ଗାଁ ଜଙ୍ଗଲରେ ରେ ୩୨ ଦଳିଆ ହାତୀ ପଲ ଥିବା ବେଳେ ଏହି ଦଳରୁ ଅଲଗା ହୋଇ ଏକ ଦନ୍ତାହାତୀ ରେଭେନ୍ସା ପୁର ଗ୍ରାମ ରେ କାଣ୍ଡ ଘଟାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
