ପରକ୍ରିୟାପ୍ରୀତି ନେଇ ସ୍ୱାମୀ ର ତୀର ମାଡରେ ସ୍ତ୍ରୀ ମୃତ
କେନ୍ଦୁଝର – କେନ୍ଦୁଝର ଜିଲ୍ଲା ହାଣ୍ଡିଭଙ୍ଗା ଗ୍ରାମରେ ପରକ୍ରିୟା ପ୍ରୀତି ନେଇ ସ୍ୱାମୀ ଙ୍କ ତୀର ମାଡରେ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି, ଖବର ଅନୁଯାୟୀ ସ୍ୱାମୀ ଦସରା ମୁଣ୍ଡା ର ସ୍ତ୍ରୀ ଚିନି ମୁଣ୍ଡା ସ୍ଥାନୀୟ ଏକ ବିବାହିତ ଯୁବକ ଙ୍କ ସହ ସମ୍ପର୍କ ଥିବା ନେଇ ସ୍ୱାମୀ ଜାଣିବା ପରେ ସ୍ତ୍ରୀ କୁ ସମ୍ପର୍କ ରଖିବା ନେଇ ବାରଣ କରିଥିଲେ, କିନ୍ତୁ ଉକ୍ତ ଯୁବକ ଜଣକ ଚିନି ମୁଣ୍ଡା କୁ ପାଇବା ପାଇଁ ହାତ କାଟି ବ୍ଲାକ ମେଲ କରୁଥିବାରୁ ଚିନି ମୁଣ୍ଡା ତାହା ସହ ସମ୍ପର୍କ ରଖିଥିଲେ, ସ୍ୱାମୀ ଦସରା ମୁଣ୍ଡା ଏନେଇ ଉକ୍ତ ଯୁବକ ଓ ତାର ସ୍ତ୍ରୀ ସହ ଏନେଇ ବୁଝାଇବା ପରେ କିଛି ଦିନର ନୀରବତା ପରେ ପୁନର୍ବାର ଉକ୍ତ ଯୁବକ ଚିନି ମୁଣ୍ଡା ସହ ସମ୍ପର୍କ ରଖିଥିଲେ, ଗତକାଲି ସ୍ୱାମୀ ଦସରା ମୁଣ୍ଡା ର ପରିବାର ଭୋଜି କରି ଖାଇବା ସହ ମଦ୍ୟପାନ କରିଥିଲେ, ଘରକୁ ଆସିବା ପରେ ବିଳମ୍ବିତ ରାତିରେ ଚିନି ମୁଣ୍ଡା ଉକ୍ତ ଯୁବକ ମୋ ସହିତ ସମ୍ପର୍କ ରଖିଛି, ଆସନ୍ତା ମକର ସଂକ୍ରାନ୍ତି ବେଳକୁ ସମସ୍ତ ଙ୍କୁ ଛାଡି ଚାଲିଯିବାକୁ କହିବାରୁ ଦସରା ମୁଣ୍ଡା ଘରେ ଥିବା ତୀର ରେ ମାରିଥିଲେ, ତାଙ୍କୁ ଗୁରୁତର ଅବସ୍ଥାରେ ଝୁମ୍ପୁରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା,ଡାକ୍ତର ସେଠାରେ ଚିନି ମୁଣ୍ଡା କୁ ମୃତ ଘୋଷଣା କରିଛନ୍ତି, ବାମେଵାରୀ ଥାନା ପୋଲିସ ସ୍ୱାମୀ ଦସରା ମୁଣ୍ଡା କୁ ଅଟକ ରଖି ପଚରାଉଚୁରା ଜାରି ରଖିଛନ୍ତି ।ରଞ୍ଜନ ବେହେରା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


