ପଞ୍ଚକୁଣ୍ଡଳୀୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା
ଢେଙ୍କାନାଳ, ୩/୧: ସ୍ଥାନୀୟ କୈବଲ୍ୟ ବଜାର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଆଜି ପଞ୍ଚକୁଣ୍ଡଳୀୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକୋତ୍ସବ ପାଳନ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ଭାଗିରଥୀ ସାଗର କୁଳରୁ ପୂଜା ଅର୍ଜନା କରାଯାଇ ୫୧ଜଣ ମହିଳା କଳସ ଧରି ସହର ପରିକ୍ରମା ପୂର୍ବକ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ଆସନ୍ତାକାଲି ଶନିବାର ଯଜ୍ଞ ଆହୁତି ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ । ଯଜ୍ଞ ପରିଚାଳକ ହିମାଂଶୁ ମିଶ୍ର, ବସନ୍ତ ମଞ୍ଜରୀ ମିଶ୍ର, ପଦ୍ମିନୀ ମିଶ୍ର, ସଭାପତି ଶିବପ୍ରସାଦ ଶତପଥୀ, ଉପସଭାପତି ସନ୍ତୋଷ କୁମାର ଅଗ୍ରୱାଲା, ଆବାହକ ମନୋଜ କୁମାର ଅଗ୍ରୱାଲା, ଗୋପିନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଂଯୋଜକ ନରହରି ବିହାରୀ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।



