ବଡବାଗ ଗାଁ ରେ ଅଘଟଣ ବାଣ ବିସ୍ପୋରଣ ରେ ୨ ମୃତ ଏକାଧିକ ଗୁରୁତର ଅବସ୍ଥାରେ ଉଦ୍ଧାର
ଜଗତସିଂହପୁର ତା 4/1/25 ଜଗତସିଂହପୁର ପୌରାଞ୍ଚଳ ବଡବାଗ ଗାଁର ମିଲ ଛକ ଠାରେ ବାଣ ଭିଡ଼ିବା ସମୟରେ ବାଣ ବିସ୍ପୋରଣରେ ୨ ଜଣ ଙ୍କ ର ମୃତ୍ୟୁ ଘଟିଥିବା ସୂଚନା ମିଳିଛି |ରାଜୁ ଦାସ ଙ୍କ ର ବାଣ ବିସ୍ପୋରଣ ରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଛାତ ଘର ଭାଙ୍ଗି ଯିବାଦ୍ୱାରା ଛାତ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି | ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିରହିଛି | ରାଜୁ ଦାସ ଙ୍କ ସାନ ଭାଇ ପେଜୁ ଦାସ ଏବଂ ଅନ୍ୟନ୍ୟ ବ୍ୟକ୍ତି ଙ୍କୁ କ୍ଷତ ବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି l ଖବର ନେବାରେ ଜଣାଯାଇଛି ବାଣ ଭିଜୁଥିବା ବେଳେ ହଠାତ ବିସ୍ପୋରଣ ହୋଇଥିଲା |ଯେଉଁ ଘରେ ବାଣ ଭିଡୁଥିଲେ ସେ ଛାତ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି | ଘଟଣା ସ୍ଥଳରେ ରାଜୁ ଦାସ ଏବଂ ତାଙ୍କ ପତ୍ନୀ ଙ୍କ ର ମୃତ୍ୟୁ ଘଟିଛି | ଅଗ୍ନିସମ ବାହିନୀ ଏବଂ ପୋଲିସ ପ୍ରଶାସନ ସହ ଉଦ୍ଧାର କାର୍ଯ୍ୟ ଚାଲୁଅଛି l ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


