ରାଜ୍ୟ କ୍ୟାବିନେଟ୍ରେ ୯ଟି ପ୍ରସ୍ତାବରେ ବାଜିଲା ମୋହର
ଭୂବନେଶ୍ୱର, ୦୪/୦୧ : ରାଜ୍ୟ କ୍ୟାବିନେଟ୍ରେ ବିଭିନ୍ନ ବିଭାଗର ୯ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪ କୋଟି । ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୋଲାର ଲଗାଇଲେ ମିଳିବ ସହାୟତା । ୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫ ହଜାର । କେନ୍ଦ୍ରର ୩୦ ହଜାର ସବସିଡ୍ ବାଦ୍ ରାଜ୍ୟ ସରକାର ୨୫ ହଜାର ଦେବେ ।
୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୬୦ ହଜାର ।୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ଦେବ ଆଉ ୧୦ ହଜାର । ‘ସୁଭଦ୍ରା’ରେ ଏକକାଳୀନ ମିଳିବ ୨ଟି କିସ୍ତି: ‘ସୁଭଦ୍ରା’ ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ ରେ ବଡ଼ ନିଷ୍ପତ୍ତି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କରିଥିଲେ ୨ଟି କିସ୍ତି ମିଳିବ । ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ମିଳିବ ଏକକାଳୀନ ମିଳିବ ୨ଟି କିସ୍ତି । ୮୦%ରୁ ଅଧିକ ଭିନ୍ନକ୍ଷମ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ଭତ୍ତା ବଢ଼ିବ । ମାସିକ ଭତ୍ତା ୧୨୦୦ରୁ ୩୫୦୦କୁ ବୃଦ୍ଧି ନେଇ କ୍ୟାବିନେଟ୍ ମୋହର ।



