ଆଜି ଢେଙ୍କାନାଳ ମୀନା ବଜାରସ୍ଥ୍ ସାଇ ଦରବାର ପ୍ରାଙ୍ଗଣରେ ୧୧ତମ ଏକଦିବସୀୟ ଶ୍ରୀ ସାଇ ସତ୍ ଚରିତ ପାରାୟଣ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଏହା ଆସନ୍ତା ଜାନୁୟାରୀ ୨୨ ତାରିଖ ବୁଧବାର ୨୦୨୫ ପାଲିଙ୍କି ଯାତ୍ରା,୨୩ ତାରିଖ ଗୁରୁବାର ୨୦୨୫ ସାଇ ସତ୍ ଚରିତ ପାରାୟଣ ଅଭିନନ୍ଦନ ଗାର୍ଡେନ ଠାରେ ଅନୁଷ୍ଠିତ ହେବ। ଏହି ପରିପେଖିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।୧୧ ତମ ଏକଦିବସୀୟ ପାରାୟଣ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହେବା ସହ ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତେ ସୂ ଚିନ୍ତିତ ମତାମତ ଉପସ୍ଥାପନ କଲେ। ଏହି ବୈଠକ ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପରିଶେଷରେ ବ୍ରଜକିଶୋର ମହାନ୍ତି ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇ ବୈଠକକୁ ବିଶ୍ରାମ ଦିଆଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


