
ବଅଁରପାଳ ୫.୧- ଏହି ବ୍ଲକ ଅନ୍ତର୍ଗତ ଅରହାଟ ଗ୍ରାମ ଶିଖସାହି ସ୍ଥିତ ହାଇସ୍କୁଲ ପଡିଆରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୁଇ ଦିନ ଧରି ଚାଲିଥିବା ପଞ୍ଚୁନାଥ କବାଡି ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ବଉଳିଗଡ଼ ସରପଞ୍ଚ ଅମରେନ୍ଦ୍ର ଗଡ଼ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ, ପୂର୍ବତନ ସରପଞ୍ଚ ନନ୍ଦନ ସାମଲ ଓ ବିଜେପି ନେତା ଦିଲେଶ୍ଵର ରାଉତ ପ୍ରମୁଖ ଯୋଗଦେଇ କୃତୀ ଦଳଙ୍କୁ ପୁରସ୍କୃତ କରିଥିଲେ l ପ୍ରତିଯୋଗୀତାର ପୁରୁଷ ବିଭାଗରେ କଟକ, ବାରଙ୍ଗ, ଅନୁଗୋଳ, କୁଲାଡ଼, ଡେଲାଙ୍ଗ(ପୁରୀ), ସୁନ୍ଦରଗଡ ଓ ମହିଳା ବିଭାଗରେ କଟକ, ପଟିଆ(ଭୁବନେଶ୍ୱର), ଅନୁଗୋଳ, ଡେଲାଙ୍ଗ ଦଳ ଭାଗ ନେଇଥିଲେ l ପୁରୁଷ ବିଭାଗରେ କଟକ ଚମ୍ପିୟାନ ଓ ବାରଙ୍ଗ ରନର୍ସ ଅପ ହୋଇଥିବା ବେଳେ ମହିଳା ବିଭାଗରେ କଟକ ଚମ୍ପିୟାନ ଓ ପଟିଆ ରନର୍ସ ଅପ ହୋଇଥିଲେ l ଗ୍ରାମର ମକୁନ୍ଦ ଗଡ଼ନାୟକ, ସିପୁନ ରିପୁନ, ଦିପୁ ରିଙ୍କୁ, ଜୟଦେବ ଓ ସାନୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l



