Spread the love

କେନ୍ଦ୍ରାପଡା: ରାଜନଗର ଗହୀରମଥାରେ ମାଛ ମାଫିଆ ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ଚାଳନା କରିଛନ୍ତି । ବାବୁବାଲି ସମୁଦ୍ର କୂଳରୁ ୫ କିମି ଭିତରେ ଟ୍ରଲରରେ ମାଛ ମାଫିଆ ବେଆଇନ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରି ଆଣୁଥିଲେ ବନ କର୍ମଚାରୀ ।

ଏହି ସମୟରେ ୬ଟି ଟ୍ରଲରରେ ମାଛ ମାଫିଆମାନେ ଆସିବା ସହ ବନ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି ।ଏହି ଘଟଣାକୁ ବନବିଭାଗ ଗୁରୁତର ନେଇଛି ଓ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ସୁରକ୍ଷାକୁ କଡାକଡି କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି।ତେବେ ‘ତାରିଣୀ-୩’ ଟ୍ରଲର ଚାଳକକୁ ଧରି ଫେରି ଆସିଛି ବନ ବିଭାଗ ଟିମ୍। ଏନେଇ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ‘ନୋ ଫିଶିଂ ଜୋନ’ରୁ ବେଆଇନ ଭାବେ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ଖବର ପାଇଁ ଆମ ପାଟ୍ରୋଲିଂ ଟିମ୍ ଚଢ଼ାଉ କରିଥିଲା।

Leave a Reply

Your email address will not be published. Required fields are marked *