ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଆଜି ପୌଷ ମାସ ର ପୂର୍ଣ୍ଣିମା ଥିବାରୁ ବିଶେଷ ପୂଜା ଅର୍ଚ୍ଚନା ହୋଇଥିଲା। ସକାଳୁ ମଙ୍ଗଳ ଆଳତୀ, ମହାସ୍ନାନ, ବସ୍ତ୍ର, ତୁଳସୀ ହାର, ଫୁଲ ହାର, ପହିଲି ଭୋଗ ଲାଗି ହୋଇଥିଲା। ବଲ୍ଲଭ ଭୋଗ ଲାଗି, ଦଶଟା ବେଳେ ଖେଚୁଡ଼ି ଭୋଗ,ମଧ୍ୟାହ୍ନ ରେ ମଙ୍ଗଳାର୍ପଣ ପୂଜା, ଚକା, ପୂଳି,ଅର୍ଣ୍ଣ ଧୂପ, ପରେ ପୁଷ୍ୟା ଅଭିଷେକ ନୀତି ପାଳନ ହେଇଥିଲା,ସଂଧ୍ୟା ବେଳେ ଆଳତୀ, ରାତ୍ର ରେ ରାତ୍ର ଧୂପ ପରେ ପହଡ଼ ପଡ଼ିବ। ପୂଜକ ମନସୁମନ୍ ମିଶ୍ର,ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମୋହନ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜୀମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତି ରେ ଏହି ପୌଷ ମାସର ପୂର୍ଣ୍ଣିମା ପାଳିତ ହୋଇଯାଇଛି।

July 2, 2026/
No Comments


